ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଜଣେ ଅଭିଯୁକ୍ତକୁ ଧରିବାକୁ ଯାଇ ନାକେଦମ୍ ହୋଇଛି ପୁଲିସ୍। ଅଭିଯୁକ୍ତ ପୁଲିସ୍ ଫୋର୍ସକୁ ଘରେ ପୂରାଇ ଦେଉନି। ଘରେ ରହି ସେ ପୁଲିସ୍ ଉପରକୁ ମଦ ବୋତଲ, ଢେଲା ସହିତ ବୋମା ଆଦି ଫିଙ୍ଗିଛି। ଖବର ଲେଖାଯିବା ସୁଦ୍ଧା ଅଭିଯୁକ୍ତ ଘରେ ରହିଥିବା ବେଳେ ବାହାରେ ପୁଲିସ୍ ଫୋର୍ସ ଜଗି ରହିଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରେମୁଣାର ଶ୍ୟାମରାଇପୁର ଗାଁରେ।
ସୂଚନା ଅନୁଯାୟୀ, ଏହି ଅଭିଯୁକ୍ତର ନାଁ ଈଶ୍ୱର ମହାଳିକ। ତା ନାଁରେ ବିଭିନ୍ନ ଥାନାରେ ଅନେକ ସଙ୍ଗିନ ମାମଲା ରହିଛି। ତେବେ ଦୁଇ ଦିନ ତଳେ ହୋଇଥିବା ଏକ ବଡ଼ ଲୁଟ୍ ଘଟଣାରେ ତାର ସଂପୃକ୍ତି ରହିଥିବା ଜାଣି ତାକୁ ଗିରଫ କରିବାକୁ ଆଜି ଭୋରରେ ରେମୁଣା ଓ ସହଦେବଖୁଣ୍ଟା ପୁଲିସ୍ ମିଳିତ ଭାବେ ଜାଲ ବିଛାଇ ଥିଲା। ଭୋରରେ ପୁଲିସ୍ ତାଙ୍କ ଘରକୁ ଘେରି ଭିତରେ ପଶିବାକୁ ଉଦ୍ୟମ କରିଥିଲା। ହେଲେ ଈଶ୍ୱର ପୁଲିସ୍ ଟିମ୍ ଉପରକୁ ପାଲଟା ଆକ୍ରମଣ କରିଥିଲା। ପ୍ରଥମେ ସେ ସେମାନଙ୍କ ଉପରକୁ ମଦ ବୋତଲ ଫୋପାଡ଼ି ଥିଲା। ଏହା ପରେ ଢେଲା ମାଡ଼ କରିଥିଲା। ଏପରିକି ତିନୋଟି ବୋମା ମଧ୍ୟ ଫିଙ୍ଗିଥିଲା। ତେବେ ସେଥିରୁ ଗୋଟିଏ ଫୁଟି ଥିବା ବେଳେ ଆଉ ଦୁଇଟି ଫୁଟି ନଥିଲା। ବୋମାମାଡ଼ରେ କୌଣସି ପୁଲିସ୍ କର୍ମଚାରୀ ଆହତ ହୋଇ ନ ଥିବା ଜଣାପଡ଼ିଛି।
ଘଟଣାସ୍ଥଳରେ ଏବେ ବି ପୁଲିସ୍ ଫୋର୍ସ ଜଗି ରହିଥିବା ବେଳେ ଈଶ୍ୱର ଘରେ ଅଛି।
from Odisha Reporter https://ift.tt/2ABGwOD
No comments:
Post a Comment