ମୋହନା (ମିହିର ଯତି): ଗଜପତି ଜିଲ୍ଲା ମୋହନା ଥାନା ନାରିଙ୍ଗି ଘାଟିରେ ଏକ କୋଭିଡ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଚାଳକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ବିକାଶ ଶବର। ତାଙ୍କ ଘର ଜିରାଙ୍ଗ ଗାଁରେ।
ଗତକାଲି ରାତିରେ ଭ୍ୟାନଟି ଚାନ୍ଦିପୁଟରୁ ୨ ଜଣ କରୋନା ଆକ୍ରାନ୍ତଙ୍କୁ ନେଇ ପାରଳାଖେମୁଣ୍ଡି କୋଭିଡ୍ ହସ୍ପିଟାଲ୍କୁ ଯାଇଥିଲା। ସେଠାରେ ସେମାନଙ୍କୁ ଛାଡ଼ି ମୋହନା ଫେରୁଥିବା ବେଳେ ରାତି ପ୍ରାୟ ୨ଟା ବେଳେ ନାରିଙ୍ଗି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ପଛରେ ଅନ୍ୟ ଏକ ଗାଡ଼ି ମେଡିକାଲ୍ କର୍ମଚାରୀମାନଙ୍କୁ ଧରି ଫେରୁଥିଲା। ସେହି ମେଡିକାଲ୍ କର୍ମଚାରୀମାନେ ଦୁର୍ଘଟଣାଗ୍ରସ୍ ଭ୍ୟାନ୍ରୁ ଚାଳକଙ୍କୁ ଉଦ୍ଧାର କରି ମୋହନା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଛି। ତେବେ ତାଙ୍କ ଅବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି।
from Odisha Reporter https://ift.tt/2zz9rlY
No comments:
Post a Comment