ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ପୂର୍ବ ଶତ୍ରୁତାରୁ କିଛି ଯୁବକ ଘରୁ ଡାକି ଆଣି ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ହାତୀଗଡ଼ା ଗ୍ରାମରେ ଘଟିଛି। ମୃତକ ହେଲେ ଅରୁଣ ଗୌଡ଼।
କିଛି ଦିନ ପୂର୍ବେ ଅରୁଣ ଗୌଡ଼ ଓ ତାଙ୍କ ବାପା ସନ୍ତୋଷ ଗୌଡ଼ କେରଳରୁ ଫେରି କ୍ୱାରେଣ୍ଟାଇନ୍ରେ ରହିଥିଲେ।ଏହାପରେ ସେମାନେ ଗାଁକୁ ଫେରିଥିଲେ। ଗତକାଲି ଗ୍ରାମର ଏକ ବିବାହ ଭୋଜିରେ ଯୋଗ ଦେଇ ଅରୁଣ ଘରକୁ ଫେରିଥିଲେ। ଏହାପରେ ସେହି ଗ୍ରାମର କିଛି ଯୁବକ ଅରୁଣଙ୍କୁ ଘରୁ ଡାକିନେଇଥିଲେ।
ପ୍ରଥମେ ସେମାନଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିବା ବେଳେ ତାହା କ୍ରମଶଃ ଉଗ୍ର ରୂପ ଉଗ୍ରରୂପ ଧାରଣ କଲା। ଏହାପରେ କିଛି ଯୁବକ ସଙ୍ଗବଦ୍ଧ ଭାବେ ଠେଙ୍ଗାରେ ଅରୁଣଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ଅରୁଣଙ୍କ ବାପା ଥାନାରେ ଅଭିଯୋଗ ଦେବା ପରେ ପୁଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା। ଏହାପରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି।
The post ଘରୁ ଡାକି ଆଣି ପିଟି ପିଟି ମାରିଦେଲେ appeared first on Odisha Reporter.
from Odisha Reporter https://ift.tt/2B5232f
No comments:
Post a Comment