ଅମୃତସର: କ୍ରିକେଟରରୁ ରାଜନେତା ହୋଇଥିବା ନବଜୋତ ସିଂହ ସିଦ୍ଧୁଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ତାଙ୍କର ନାଁରେ ବିହାରରେ ଏକ ମାମଲା ରୁଜୁ ହୋଇଥିଲା। ଏଥିପାଇଁ ପୁଲିସ୍ ତାଙ୍କୁ ଜବାବ ଦାଖଲ ପାଇଁ କହିଥିଲା। କିନ୍ତୁ ସିଦ୍ଧୁ କୌଣସି ଜବାବ ନ ଦେବାରୁ ପୁଲିସ୍ ବାଧ୍ୟ ହୋଇ ତାଙ୍କ ଘର ଆଗରେ ନୋଟିସ୍ ଲଗାଇଛି।
୨୦୧୯ ଲୋକସଭା ନିର୍ବାଚନ ବେଳେ କଂଗ୍ରେସ ବିଧାୟକ ସିଦ୍ଧୁ ବିହାରରେ ପ୍ରଚାର କରୁଥିଲେ। କଟିହାର ଜିଲ୍ଲାରେ ସେ ଭାଷଣ ଦେଉଥିବା ବେଳେ ଏକ ନିର୍ଦ୍ଧିଷ୍ଟ ସଂପ୍ରଦାୟର ଲୋକଙ୍କୁ ଟାର୍ଗେଟ କରି ମନ୍ତବ୍ୟ ଦେଇଥିଲେ। ଏପରି କରି ସେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା।
ଜୁନ ୧୮ରୁ ଦୁଇ ଜଣ ସବ୍ ଇନସପେକ୍ଟର ବେଲ ବଣ୍ଡ ପେପରରେ ସିଦ୍ଧୁଙ୍କ ଦସ୍ତଖତ ପାଇଁ ଅମୃତସର ସ୍ଥିତ ତାଙ୍କ ଘର ପାଖରେ ରହିଛନ୍ତି। ହେଲେ ସିଦ୍ଧୁ ଏହାର କୌଣସି ପ୍ରକାରର ଉତ୍ତର ଦେଉନାହାନ୍ତି। ସେଥିପାଇଁ ବିହାର ପୁଲିସ୍ ତାଙ୍କ ଆଗରେ ନୋଟିସ ମାରିଛି।
କଟିହାରରୁ ଆସିଥିବା ଏସଆଇ ଜନାର୍ଦ୍ଧନ ରାମ କହିଛନ୍ତି, “ଆମେ ଏଠାକୁ ଜୁନ୍ ୧୮ରୁ ଆସିଲୁଣି। ସେବେଠାରୁ ପ୍ରତିଦିନ ନୋଟିସ୍ ଧରି ସିଦ୍ଧୁଙ୍କ ଘର ପାଖକୁ ଆସୁଛୁ। ୪ରୁ ୫ ଘଣ୍ଟା ଅପେକ୍ଷା ମଧ୍ୟ କରୁଛୁ। ହେଲେ କେହି ବି ଏହାକୁ ଗ୍ରହଣ କରିବାକୁ ଆସୁନାହାନ୍ତି। ଫଳରେ ଆମେ ନୋଟିସ୍ ଲଗାଇ ଚାଲି ଯିବାକୁ ନିଷ୍ପତ୍ତି ନେଇଛୁ।”
The post ସିଦ୍ଧୁଙ୍କ ଘର ଆଗରେ ଲାଗିଲା ପୁଲିସ୍ ନୋଟିସ appeared first on Odisha Reporter.
from Odisha Reporter https://ift.tt/3i2MHfF
No comments:
Post a Comment