ବନବାସରେ ପ୍ରବାସୀ; ଦେଖିବାକୁ ଯାଇଥିବା ୩ ଭଉଣୀ, ଝିଆରୀଙ୍କୁ ବି ଗାଁ ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 25, 2020

ବନବାସରେ ପ୍ରବାସୀ; ଦେଖିବାକୁ ଯାଇଥିବା ୩ ଭଉଣୀ, ଝିଆରୀଙ୍କୁ ବି ଗାଁ ମନା

ବାଲିଗୁଡ଼ା(ଅଜିତ୍ ନାୟକ): ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବା ପରେ ବି ପ୍ରବାସୀଙ୍କୁ ଗାଁ ମନା। ଫଳରେ  ଜଙ୍ଗଲରେ ଥିବା ଏକ କୁଡ଼ିଆରେ ରହୁଛନ୍ତି ପ୍ରବାସୀ । ଏପରିକି  କ୍ୱାରେଣ୍ଟାଇନ୍‌ ସାରି ସେ ଗାଁକୁ ଫେରୁଥିବା ବେଳେ ତାଙ୍କୁ ଗାଁରେ ପୂରାଇ ଦେଇ ନଥିଲେ ଲୋକେ। ଏଥିସହ ଖୁସିରେ ତାଙ୍କୁ ଆଣିବାକୁ ଯାଇଥିବା ୩ ନାବାଳିକା ଭଉଣୀ ଓ ଜଣେ ଝିଆରୀଙ୍କୁ ମଧ୍ୟ ଗାଁକୁ ପ୍ରବେଶ ବାରଣ କରାଯାଇଛି।  ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ହାତିମୁଣ୍ଡା ପଞ୍ଚାୟତର ଡହ ଗାଁରେ।

ସୂଚନାଅନୁସାରେ, ଗାଁର ସରୋଜ ପ୍ରଧାନ ନାମକ ଜଣେ ଯୁବକ କେରଳର ଏକ କମ୍ପାନୀରେ କାମ କରୁଥିଲେ। ହେଲେ ଲକ୍‌ଡାଉନ୍‌ ଯୋଗୁ  ଜୁନ୍‌ ୬ ତାରିଖରେ ସେ ତାଙ୍କ ଗାଁକୁ ଫେରି ଆସିଥିଲେ। ବାହାର ରାଜ୍ୟରୁ ଆସିଥିବାରୁ ସେ ଫିରିଙ୍ଗିଆ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ୧୪ ଦିନ ରହିଥିଲେ। ଏହାପରେ ସେ ୨୧ ତାରିଖରେ ଗାଁ ମୁଣ୍ଡକୁ ଆସିଥିଲେ।

ସରୋଜ ଆସିଥିବା ଖବର ପାଇ ଖୁସିରେ ତାଙ୍କର ୩ ନାବାଳିକା ଭଉଣୀ ଓ ଜଣେ ଝିଆରୀ ତାଙ୍କୁ ଆଣିବା ପାଇଁ ଗାଁ ମୁଣ୍ଡକୁ ଯାଇଥିଲେ। ଏନେଇ ଗାଁ ଲୋକେ ଜାଣିବା ପରେ କରୋନା ଭୟରେ ସରୋଜଙ୍କୁ ଗାଁ ଭିତରକୁ ଯିବାକୁ ବାରଣ କରିଥିଲେ। ଏଥିସହ ତାଙ୍କ ସଂସ୍ପର୍ଶରେ ଆସିଥିବା  ୩ ନାବାଳିକା ଭଉଣୀ ଓ ଜଣେ ଝିଆରୀଙ୍କୁ ମଧ୍ୟ ଆଉ ଗାଁରେ ପୂରାଇ ଦେଇନଥିଲେ। ଫଳରେ ସେମାନେ ଗାଁରେ ଥିବା ସ୍କୁଲ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି।

ସରୋଜ ଏବେ ଗାଁ ନିକଟ ଜଙ୍ଗଲରେ ଏକ କୁଡ଼ିଆରେ ରହୁଥିବା ବେଳେ ତାଙ୍କର  ୩ ଭଉଣୀ ଓ ଜଣେ ଝିଆରୀ ଗାଁ ସ୍କୁଲରେ ଅସୁରକ୍ଷିତ ଭାବେ ରହିଛନ୍ତି। ଏମିତିକି ଗାଁ ଲୋକେ ସରପଞ୍ଚ, ଅଙ୍ଗନବାଡି ଓ ଆଶା ଦିଦିଙ୍କ କଥା ମଧ୍ୟ ଶୁଣୁ ନଥିବା ଜଣାପଡିଛି ।

The post ବନବାସରେ ପ୍ରବାସୀ; ଦେଖିବାକୁ ଯାଇଥିବା ୩ ଭଉଣୀ, ଝିଆରୀଙ୍କୁ ବି ଗାଁ ମନା appeared first on Odisha Reporter.



from Odisha Reporter https://ift.tt/2Vm5BnP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages