ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ହେଲେ ଆଜି ଦୁଇ ଜଣ ଭକ୍ତ ସେବାୟତ ବେଶରେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ପୁଲିସ୍ ଏହି ଦୁଇ ଛଦ୍ମବେଶୀ ସେବାୟତଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ଅଭିଜିତ ମହାନ୍ତ ଓ ସ୍କୁତି ରଞ୍ଜନ ମହାନ୍ତି।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଚାଲିଥିବା ବେଳେ ଏହି ଦୁଇ ଜଣ ଭକ୍ତ ସେବାୟତ ବେଶରେ ପାଟ ପିନ୍ଧି ଶ୍ରୀଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଏମାନଙ୍କ ହାବଭାବ ଦେଖି ଗୁଣ୍ଡିଚା ମନ୍ଦିରରେ ଥିବା ସେବାୟତଙ୍କର ସନ୍ଦେହ ହୋଇଥିଲା। ସେବାୟତମାନେ ଉଭୟଙ୍କୁ ଚିହ୍ନଟ କରି ଶ୍ରୀମନ୍ଦିର ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ପହଞ୍ଚି ଉକ୍ତ ୨ ଜଣ ଛଦ୍ମବେଶୀ ସେବାୟତଙ୍କୁ ଆଣି କୁମ୍ଭାରପଡ଼ା ଥାନା ପୁଲିସ୍ ଜିମା ଦେଇଥିଲା। ଥାନାରେ ସେମାନଙ୍କୁ ପଚରାଉଚରା କରାଯାଉଛି।
The post ସେବାୟତ ବେଶରେ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରି ୨ ଭକ୍ତ ଅଟକ appeared first on Odisha Reporter.
from Odisha Reporter https://ift.tt/31kc72q
No comments:
Post a Comment