ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ। ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୯୫୫ରେ ପହଞ୍ଚି ସାରିଥିବା ବେଳେ କରୋନା ଯୋଗୁ ୮ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି। ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ବହୁ ଉଚ୍ଚପଦସ୍ଥ ଅଧିକାରୀ, କରୋନା ଯୋଦ୍ଧା ମଧ୍ୟ ଏଥିରେ ଆକ୍ରାନ୍ତ ହୋଇ ସାରିଲେଣି। ଏବେ ଜିଲ୍ଲାର କିଛି ବରିଷ୍ଠ ଅଧିକାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି।
From today onwards all government offices will be closed for citizens for next 10 days. We have to take this decisions as our senior officers getting corona affected. We pray for their quick recovery. @CMO_Odisha @HFWOdisha
— Collector & District Magistrate, Ganjam (@Ganjam_Admin) June 24, 2020
ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ, ଆସନ୍ତା ୧୦ ଦିନ ଯାଏଁ ସର୍ବସାଧାରଣଙ୍କ ନିମନ୍ତେ ଯେକୌଣସି ଅଫିସ୍ ଯିବା ଉପରେ କଟକଣା ଲଗାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଗଞ୍ଜାମର ସବୁ ସରକାରୀ ଅଫିସ୍ ନିମନ୍ତେ ଏହି କଟକଣା ଲାଗୁ କରାଯାଇଛି। ଟ୍ୱିଟ ଯୋଗେ ଏପରି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।
The post ବରିଷ୍ଠ ଅଧିକାରୀଙ୍କୁ କରୋନା; ସାଧାରଣ ଲୋକଙ୍କୁ ସରକାରୀ ଅଫିସ୍ ମନା appeared first on Odisha Reporter.
from Odisha Reporter https://ift.tt/2NrF8AZ
No comments:
Post a Comment