ମୁମ୍ବାଇ: ଭେଟରାନ କୋରିୟଗ୍ରାଫର ସରୋଜ ଖାନ୍ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୭୧ ବର୍ଷୀୟ ସରୋଜ ବାନ୍ଦ୍ରା ସ୍ଥିତ ଗୁରୁ ନାନକ ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ତେବେ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।
ସୂଚନା ଅନୁଯାୟୀ, ସରୋଜ ଖାନ ଠିକ ଭାବେ ନିଶ୍ୱାସପ୍ରଶ୍ୱାସ ନେଇ ପାରୁ ନଥିବାରୁ ଗତକାଲି ରାତିରେ ହିଁ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା। ତାଙ୍କର କୌଣସି କରୋନା ଲକ୍ଷଣ ନଥିଲା। ତଥାପି ନିୟମ ଅନୁଯାୟୀ ତାଙ୍କର ଟେଷ୍ଟ କରାଯାଇଥିଲା। ହେଲେ ଏହା ନେଗେଟିଭ ଆସିଛି। ଦୁଇ ଦିନ ଭିତରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି ଜଣାପଡ଼ିଛି।
ଦୀର୍ଘ ୪ ଦଶନ୍ଧି ହେଲାଣି ସରୋଜ ଖାନ୍ ଫିଲ୍ମ ଜଗତ ସହ ଯୋଡ଼ି ହୋଇ ରହିଛନ୍ତି। ୨ ହଜାରରୁ ଅଧିକ ଗୀତରେ ସେ କୋରିୟଗ୍ରାଫି କରି ପ୍ରଶଂସା ସାଉଁଟିଛନ୍ତି। ସେ କୋରିୟଗ୍ରାଫି ପାଇଁ ୩ ଥର ଜାତୀୟ ଫିଲ୍ମ ପୁରସ୍କାର ଜିତିଛନ୍ତି।
ଡୋଲାରେ ଡୋଲା, ଏକ ଦୋ ତିନ ଓ ୟେ ଇସ୍କ ହାଏ ଭଳି ଗୀତରେ ସେ କୋରିୟଗ୍ରାଫି କରି ବେଶ ଖ୍ୟାତି ଅର୍ଜନ କରିଥିଲେ। ଶେଷଥର ପାଇଁ ୨୦୧୯ରେ ରିଲିଜ ହୋଇଥିବା କଲଙ୍କ ଫିଲ୍ମର ତବା ହୋଗେୟି ଗୀତର ସେ କୋରିୟଗ୍ରାଫି କରିଛନ୍ତି।
The post ହସ୍ପିଟାଲରେ ଭର୍ତ୍ତି ହେଲେ ସରୋଜ ଖାନ, କରୋନା ରିପୋର୍ଟ ସାମ୍ନାକୁ ଆସିଲା appeared first on Odisha Reporter.
from Odisha Reporter https://ift.tt/2V7kkD5
No comments:
Post a Comment