ଆକ୍ଟର ନୁହେଁ ସିଙ୍ଗର ହେବାକୁ ଚାହୁଁଥିଲେ ଆୟୁଷ୍ମାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 13, 2020

ଆକ୍ଟର ନୁହେଁ ସିଙ୍ଗର ହେବାକୁ ଚାହୁଁଥିଲେ ଆୟୁଷ୍ମାନ୍‌

ନୂଆଦିଲ୍ଲୀ : ପପ୍‌ ରକ୍‌ ବ୍ୟାଣ୍ଡ୍‌ ‘ୟୁଫୋରିଆ’ର ସିଙ୍ଗର ଡକ୍ଟର ପଲାସ ସେନ୍‌ ୟୁଫୋରିଆ ଫେସବୁକ୍‌ ପେଜ୍‌ରେ ଏକ ପୁରୁଣା ଫଟୋ ଶେଆର୍ କରିଛନ୍ତି। ଏହି ଫଟୋରେ ତାଙ୍କ ସହିତ ବଲିଉଡ୍‌ ଅଭିନେତା ଆୟୁଷ୍ମାନ୍‌ ଖୁରାନା ଥିବା ଦେଖିବାକୁ ମିଳିଛି। ଫଟୋଟି ୧୭ ବର୍ଷ ତଳେ ଉଠାଯାଇଥିଲା।ଯେଉଁ ସମୟରେ ଆୟୁଷ୍ମାନ୍‌ ସିଙ୍ଗର ହେବା ପାଇଁ ଇଣ୍ଡଷ୍ଟ୍ରୀରେ ସଂଘର୍ଷ କରୁଥିଲେ ଏବଂ ଆମେରିକାନ୍ ଟିଭି ସିରିଜ୍‌ ଯୁଫୋରିଆରେ ଭାଗ ନେଇଥିଲେ।

ଫଟୋ ପୋଷ୍ଟ କରି ପଲାସ ସେନ୍‌ ‘ଗୁଲାବୋ ସିତାବୋ’ ଫିଲ୍ମ ରିଲିଜ୍‌ର ଖୁସି ଜାହିର କରିବା ସହିତ ଆୟୁଷ୍ମାନ୍‌ ୨୦୦୩ରେ ହୋଇଥିବା ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ଓ ‘ପପ୍‌ଷ୍ଟାର୍ସ’ରେ ଭାଗ ନେଇଥିବା ସିକ୍ରେଟ୍‌ ସମସ୍ତଙ୍କୁ ଶେଆର୍‌ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପୋଷ୍ଟକୁ ଆଠ ହଜାରରୁ ଅଧିକ ଲାଇକ୍‌ ୫୦୦ରୁ ଅଧିକ ଶେଆର୍‌ ହୋଇସାରିଲାଣି।

ପୋଷ୍ଟରେ ପଳାସ ସେନ୍‌ ଲେଖିଛନ୍ତି, ‘୨୦୦୩ରେ ଜଣେ ଯୁବକ ସିଙ୍ଗର ହେବାକୁ ଚାହୁଁଥିଲେ। ଏହି ଶୋ’ରେ ମୁଁ ବିଚାରପତି ଥିବା ସମୟରେ ସେ ପ୍ରତିଯୋଗୀ ଭାବରେ ଭାଗ ନେବାକୁ ଆସିଥିଲେ। ଆୟୁଷ୍ମାନ୍‌ ଖୁରାନା ଏହି ଶୋ’ର ବିଜେତା ହୋଇପାରିନଥିଲେ। କିନ୍ତୁ ସେ ମୋ ହୃଦୟ ଓ ପ୍ରେମକୁ ସବୁଦିନ ପାଇଁ ଜିତି ନେଇଥିଲେ। ‘ୟୁଫୋରିଆ’ରେ ତାଙ୍କ ସହିତ ବିତାଇଥିବା ଦିନ ମୋର ଆଜି ବି ସ୍ମୃତି ହୋଇ ରହିଛି।

ସେ ଆହୁରି ମଧ୍ୟ ଲେଖିଛନ୍ତି, ‘ମୁଁ ତାଙ୍କୁ ପରାମର୍ଶ ଦେଇଥିଲି, କେବେ ବି ହାର୍‌ ମାନିବ ନାହିଁ। ଆଜି ତାଙ୍କ ଫିଲ୍ମ ‘ଗୁଲାବୋ ସିତାବୋ’ ରିଲିଜ୍‌ ହେବାକୁ ଯାଉଛି। ଆୟୁଷ୍ମାନ୍‌ ଭାରତର ଜଣେ ପ୍ରତିଭାବାନ୍‌ ଅଭିନେତା ମଧ୍ୟରୁ ଜଣେ। ଆୟୁଷ୍‌ ଆଜି ମୁଁ ତୁମ ପାଇଁ ଗର୍ବ ଅନୁଭବ କରୁଛି। ଯେପରି ୧୭ ବର୍ଷ ତଳେ କରୁଥିଲି। ଭାଇ ତୁମ ପାଇଁ ବହୁତ ସାରା ଭଲ ପାଇବା। ସମସ୍ତଙ୍କୁ ଆମାଜନ୍‌ ପ୍ରାଇମ୍‌କୁ ଯାଇ ‘ଗୁଲାବୋ ସିତାବୋ’ ଦେଖିବା ଉଚିତ୍‌। ’

ସୂଚନାଯୋଗ୍ୟ, ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ଓ ଆୟୁଷ୍ମାନ୍‌ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ଗୁଲାବୋ ସିତାବୋ’ ଗତକାଲି ଆମାଜନ୍ ପ୍ରାଇମ୍‌ ଅନଲାଇନ୍ ଫ୍ଲାଟଫର୍ମରେ ରିଲିଜ୍‌ ହୋଇଛି। ଲକ୍ଷ୍ନୌରେ ରହୁଥିବା ଭଡ଼ାଟିଆ ଓ ଘରମାଲିକଙ୍କ ମଧ୍ୟରେ ଲଢ଼େଇକୁ କାହାଣୀକୁ ଏହି ଫିଲ୍ମ ଆଧାରିତ ହୋଇଛି। ଏଥିରେ ଅମିତାଭଙ୍କୁ ୭୮ ବର୍ଷୀୟ ମାଲିକ ମିର୍ଜା ଓ ଆୟୁଷ୍ମାନ୍‌ଙ୍କୁ ବାଙ୍କେ ଚରିତ୍ରରେ ଅଭିନୟ କରିଥିବା ଦେଖିବାକୁ ମିଳିଛି।



from Odisha Reporter https://ift.tt/3cYPnH2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages