ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଛତ୍ରପୁର ଏସଡିପିଓ ଓ ଆଇଆଇସି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଗଞ୍ଜାମ ଏସ୍ପି ବ୍ରିଜେଶ ରାୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ଏସ୍ପି କହିଛନ୍ତି, ଏସଡିପିଓ ଓ ଆଇଆଇସିଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆମେ ସେମାନଙ୍କର ଦ୍ରୁତ ଆରୋଗ୍ୟ କାମନା କରୁଛୁ।
ଏସ୍ପି ଆହୁରି କହିଛନ୍ତି, ବିଭିନ୍ନ ମାମଲାର ତଦନ୍ତ ପାଇଁ ଏସଡିପିଓ ଓ ଥାନା ଅଧିକାରୀ ଫିଲ୍ଡ ଭିଜିଟ୍ କରୁଥିବାରୁ କାହା ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ତେବେ କାହାରି ପାଖରେ କରୋନା ଲକ୍ଷଣ ନଥିଲା। କିନ୍ତୁ ସ୍ୱାବ ଟେଷ୍ଟରୁ ପଜିଟିଭ୍ ବାହାରିଛି।
ଗଞ୍ଜାମରେ ଆଉ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତ ସଂଖ୍ୟା ୬୭୮ରେ ପହଞ୍ଚିଯାଇଛି। ୬୭୮ କରୋନା ଆକ୍ରାନ୍ତ ମଧ୍ୟରୁ୫୪୫ ଜଣ ସୁସ୍ଥ ହୋଇଛନ୍ତି ଓ ୧୨୮ ଜଣ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଜିଲ୍ଲାରେ ପାଞ୍ଚ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
from Odisha Reporter https://ift.tt/3e01EfI
No comments:
Post a Comment