୯ ଜିଲ୍ଲାରେ ଆରମ୍ଭ ହେଲା ସେରୋଲଜିକାଲ ସର୍ଭେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 28, 2020

୯ ଜିଲ୍ଲାରେ ଆରମ୍ଭ ହେଲା ସେରୋଲଜିକାଲ ସର୍ଭେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣର ମାତ୍ରା ପରଖିବାକୁ ରାଜ୍ୟ ସରକାର ୯ଟି ଜିଲ୍ଲାରେ ସେରୋଲଜିକାଲ ସର୍ଭେ ଆରମ୍ଭ କରିଛନ୍ତି।  ପୁରୀ, ଭୁବନେଶ୍ୱର(ବିଏମସି), କଟକ ଓ ପୁରୀ ଜିଲ୍ଲା ସମେତ ୯ଟି ଜିଲ୍ଲାରେ ଏହି ସର୍ଭେ ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟ ସେବାରେ ନିଯୁକ୍ତ ବ୍ୟକ୍ତିଙ୍କୁ ସେରୋଲଜିକାଲ ସର୍ଭେରେ ପରିସରଭୁକ୍ତ କରାଯାଇଛି ।

ଏହାସହ ପୌର, ପରିବହନ, ପୁଲିସ୍ କର୍ମଚାରୀଙ୍କର ମଧ୍ୟ ସେରୋଲଜିକାଲ ସର୍ଭେ ହେବ । କମ୍ୟୁନିଟିରୁ ମଧ୍ୟ ଲୋକଙ୍କୁ ବାଛି ସେରୋଲଜିକାଲ ସର୍ଭେ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଗତକାଲି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଟକ ସିଡିଏ ସେକ୍ଟର ୯ର କିଛି ଅଂଶକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି କଟକ ମହାନଗର ନିଗମ।  ସେହିପରି କଟକ ଜିଲ୍ଲା ବଡ଼ମ୍ବାରୁ ୨ଜଣ କରୋନା ପଜିଟିଭ ଚିହ୍ନଟ ପରେ ବଡ଼ମ୍ବା ଟାଉନକୁ ୭୨ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ପ୍ରଶାସନ । ଗତକାଲି ଗୋଟିଏ ଦିନରେ ରାଜ୍ୟରେ କରୋନା ନେଇଥିଲା ୩ ଜୀବନ । ସେହିପରି ରାଜ୍ୟରେ ୨୩ ଜିଲ୍ଲାରୁ ୨୬୪ ନୂଆ ପଜିଟିଭ ଚିହ୍ନଟ ହୋଇଥିଲେ।

The post ୯ ଜିଲ୍ଲାରେ ଆରମ୍ଭ ହେଲା ସେରୋଲଜିକାଲ ସର୍ଭେ appeared first on Odisha Reporter.



from Odisha Reporter https://ift.tt/3dLM9qN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages