ଟୋକିଓରେ ଚୀନ୍ ରାଷ୍ଟ୍ରପତିଙ୍କ ବିରୋଧରେ ନାରାବାଜି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 28, 2020

ଟୋକିଓରେ ଚୀନ୍ ରାଷ୍ଟ୍ରପତିଙ୍କ ବିରୋଧରେ ନାରାବାଜି

ଟୋକିଓ: ଚୀନ ରାଷ୍ଟ୍ରପତି ଜିନ୍ ପିଙ୍ଗଙ୍କ ଏକଛତ୍ରବାଦ ଶାସନ ଶୈଳୀକୁ ବିରୋଧ କରି ନାରାବାଜି କରିଛନ୍ତି ଅନେକ ଦେଶର ମାନବାଧିକାର କର୍ମୀ। ଜାପାନର ରାଜଧାନୀ ଟୋକିଓରେ ଜାପାନ, ଭାରତ, ତାଇଓ୍ୱାନ, ତିବ୍ବତ ଏବଂ ଅନ୍ୟାନ୍ୟ ଦେଶର ମାନବାଧିକାର କର୍ମୀ ଏକାଠି ହୋଇ ଜିନ୍ ପିଙ୍ଗଙ୍କ ବିରୋଧରେ ନାରାବାଜି କରିଛନ୍ତି।

କିଛି ବର୍ଷ ହେବ ଚୀନ ରାଷ୍ଟ୍ରପତି ନିଜ ଦେଶର ବ୍ୟବସାୟ ନୀତିକୁ ବିସ୍ତାର କରିବାକୁ ଯାଇ ପଡ଼ୋଶୀ ଦେଶମାନଙ୍କ ଉପରେ ଆକ୍ରମଣାତ୍ମକ ମନୋଭାବ କରୁଛନ୍ତି। ଏହାଦ୍ୱାରା ଏସିଆ ମହାଦେଶରେ ଥିବା ଜାପାନ, ଫିଲିପାଇନ୍ସ, ଭାରତ, ଭୁଟାନ ଭଳି ଦେଶ ପ୍ରଭାବିତ ହେଉଛି। ନିକଟରେ ଚୀନ୍ ଦକ୍ଷିଣ ଚୀନରେ ଥିବା ଏକ ଦ୍ୱୀପକୁ ନିଜର ବୋଲି ଦାବି କରିଛି। ଯାହାକି ଜାପାନର ଏକ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ରହିଛି। ଯାହାକୁ ନେଇ ଜାପାନ ଓ ଚୀନ ମଧ୍ୟରେ ଆରମ୍ଭ ହୋଇଛି ବିବାଦ।

ବିଗତ କିଛି ବର୍ଷ ହେବ ହଂକଂରେ ମଧ୍ୟ ଚୀନ ବିରୋଧରେ ନାରାବାଜି ହେଉଛି। ଗଣତନ୍ତ୍ରର ସୁରକ୍ଷା ଦାବି କରି ଚୀନର ନୀତିକୁ ବିରୋଧ କରୁଛନ୍ତି ହଂକଂ ବାସୀ। ଯାହାର ପରିଣାମସ୍ୱରୂପ ଆନ୍ଦୋଳନକାରୀଙ୍କୁ ଚୀନ ଗିରଫ କରି ସମସ୍ତ ସ୍ୱର ଚପାଇବାକୁ ପ୍ରୟାସ କରିଛି ଚୀନ୍।

୧୯୫୦ ଯାଏ ଶାନ୍ତି ପ୍ରିୟ ଦେଶ ଭାବରେ ପରିଗଣତି ହେଉଥିବା ବୁଦ୍ଧଙ୍କ ଦେଶ ତିବ୍ବତ ମଧ୍ୟ ଚୀନ ଦ୍ୱାରା ପ୍ରଭାବିତ ହୋଇଛି। ସେହିପରି ତାଇଓ୍ୱାନ ଭଳି ପ୍ରଗତିଶାଳୀ ଏବଂ ଉନ୍ନତ ଚିନ୍ତାଧାରର ଦେଶ ମଧ୍ୟ ଚୀନ ପ୍ରଭାବର ଶିକାର ହୋଇଛି। ବିଭିନ୍ନ ମଞ୍ଚରେ ଚୀନ ନିଜର ବାହୁବଳ ପ୍ରୟୋଗ କରି ତାଇଓ୍ୱାନକୁ ଉଠିବା ପାଇଁ ସୁଯୋଗ ଦେଉନଥିବା ଦେଖିବାକୁ ମିଳିଛି। ନିକଟରେ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଠକରେ ତାଇଓ୍ୱାନକୁ ବିରୋଧ କରିଥିଲୀ ଚୀନ। ଫଳରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୈଠକରେ ଯୋଗ ଦେଇ ପାରିନଥିଲା ତାଇଓ୍ୱାନ। ଚୀନ୍ ତାଇଓ୍ୱାନକୁ ନିଜ ଦେଶର କହି ଏଭଳି କରୁଥିବା ଜଣାପଡ଼ିଛି।

ଏସିଆ ମହାଦେଶରେ କରୋନାକୁ ଭଲ ଭାବରେ ନିୟନ୍ତ୍ରଣ କରି ସଫଳ ହେବା ମଧ୍ୟରେ ଦୁଇ ଦେଶ ସଫଳ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ତାଇଓ୍ୱାନ ଏବଂ ଭିଏତନାମା ରହିଛି। ତେବେ ଚୀନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ନିଜର ପତିଆରା ଜାହିର କରିବାରୁ ତାଇଓ୍ୱାନ ଉପରେ ଗୁରୁତ୍ୱ ଦେଉନାହିଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଅନ୍ୟପଟେ ଦେଖିବାକୁ ଗଲେ ଚୀନ୍ କରୋନା ବାବଦରେ ଅନେକ ତଥ୍ୟ ଲୁଚାଉଥିବା ଜଣାପଡ଼ିଛି।

The post ଟୋକିଓରେ ଚୀନ୍ ରାଷ୍ଟ୍ରପତିଙ୍କ ବିରୋଧରେ ନାରାବାଜି appeared first on Odisha Reporter.



from Odisha Reporter https://ift.tt/2CQz6b2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages