ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ୫ ଘଣ୍ଟାର ଛକାପଞ୍ଝା ପରେ ଈଶ୍ୱର ମହାଳିକକୁ କାବୁ କଲା ବାଲେଶ୍ୱର ଜିଲ୍ଲା ରେମୁଣା ଓ ସହଦେବଖୁଣ୍ଟା ପୁଲିସ୍ର ମିଳିତ ଟିମ୍। ତାକୁ ଗିରଫ କରିବା ପାଇଁ ଆଜି ଭୋରରେ ପୁଲିସ୍ ଆସିଥିବା ବେଳେ ମଦ ବୋତଲ, ଢେଲା ଓ ବୋମା ଆଦି ଫିଙ୍ଗି ପୁଲିସ୍କୁ ନାକେଦମ କରି ଦେଇଥିଲା ଈଶ୍ୱର। ତେବେ ଶେଷରେ ତାକୁ ଧରିବାରେ ସଫଳ ହୋଇଛି ପୁଲିସ୍।
ସୂଚନା ଅନୁଯାୟୀ, ଈଶ୍ୱର ନାଁରେ ବିଭିନ୍ନ ଥାନାରେ ଅନେକ ସଙ୍ଗିନ ମାମଲା ରହିଛି। ତେବେ ଏକ ବଡ଼ ଲୁଟ୍ ଘଟଣାରେ ତାର ସଂପୃକ୍ତି ରହିଥିବା ଜାଣି ତାକୁ ଗିରଫ କରିବାକୁ ଆଜି ଭୋରରେ ରେମୁଣା ଓ ସହଦେବଖୁଣ୍ଟା ପୁଲିସ୍ ମିଳିତ ଭାବେ ଜାଲ ବିଛାଇ ଥିଲା। ଭୋରରେ ପୁଲିସ୍ ତାଙ୍କ ଘରକୁ ଘେରି ଭିତରେ ପଶିବାକୁ ଉଦ୍ୟମ କରିଥିଲା। ହେଲେ ଈଶ୍ୱର ପୁଲିସ୍ ଟିମ୍ ଉପରକୁ ପାଲଟା ଆକ୍ରମଣ କରିଥିଲା। ପ୍ରଥମେ ସେ ସେମାନଙ୍କ ଉପରକୁ ମଦ ବୋତଲ ଫୋପାଡ଼ି ଥିଲା। ଏହା ପରେ ଢେଲା ମାଡ଼ କରିଥିଲା। ଏପରିକି ତିନୋଟି ବୋମା ମଧ୍ୟ ଫିଙ୍ଗିଥିଲା। ସେଥିରୁ ଗୋଟିଏ ଫୁଟି ଥିବା ବେଳେ ଆଉ ଦୁଇଟି ଫୁଟି ନଥିଲା। ତେବେ ବୋମାମାଡ଼ରେ କୌଣସି ପୁଲିସ୍ କର୍ମଚାରୀ ଆହତ ହୋଇ ନାହାନ୍ତି।
from Odisha Reporter https://ift.tt/2C5p5q6
No comments:
Post a Comment