ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହାଇଦ୍ରାବାଦରୁ ଆସି ଆଜି ଭୁବନେଶ୍ୱରରେ ପହଞ୍ଚିଲେ ଓଡ଼ିଆ ସିନେମାର ବରିଷ୍ଠ ତଥା ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି। ଅସୁସ୍ଥତା ହେତୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲ୍ରେ ସେ ଗତ ମାସରୁ ଚିକିତ୍ସିତ ହେଉଥିବା ବେଳେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଏଠାକୁ ଅଣାଯାଇଛି। ସେଠାରୁ ଆସିବା ପରେ ଭୁବନେଶ୍ୱରର କେୟାର ହସ୍ପିଟାଲ୍ରେ ତାଙ୍କୁ ଭର୍ତ୍ତି କରାଯାଇଛି। ଏବେ ଏହି ହସ୍ପିଟାଲ୍ରେ ତାଙ୍କର ଚିକିତ୍ସା ଚାଲିବ। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
ଆଜି ହସ୍ପିଟାଲ୍ରେ ଆମ୍ବୁଲାନ୍ସ ପହଞ୍ଚିବା ବେଳେ ବିଜୟଙ୍କୁ ଦେଖିବା ପାଇଁ ଅଭିନେତା ଶ୍ରୀତମ ଦାସ, ଅଭିନେତ୍ରୀ ଉଷସୀ ମିଶ୍ର ଓ ପୁଷ୍ପା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ବିଜୟଙ୍କୁ ଆଣିବାକୁ ଶୁକ୍ରବାର ସନ୍ଧ୍ୟାରେ ଏହି ସ୍ୱତନ୍ତ୍ର ଆମ୍ବୁଲାନ୍ସ ଭୁବନେଶ୍ୱରରୁ ହାଇଦ୍ରାବାଦ ଅଭିମୁଖେ ଯାଇଥିଲା। ଦୁଇ ମେଡିକାଲର ଡାକ୍ତରଙ୍କ ମଧ୍ୟରେ ଆଲୋଚନା ପରେ ତାଙ୍କୁ ସଡ଼କ ପଥରେ ଅଣାଯିବାକୁ ନିଷ୍ପତ୍ତି ହୋଇଥିଲା। ବିଜୟ ମହାନ୍ତିଙ୍କୁ ଓଡ଼ିଶା ଫେରାଇ ଆଣିବା ନିମନ୍ତେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଅଭିନେତା ଅଖିଳ ପଟ୍ଟନାୟକ ସହାୟତାର ହାତ ବଢ଼ାଇଥିଲେ।
ସୂଚନାଯୋଗ୍ୟ, ମେ’ ୨୭ ତାରିଖରେ ବିଜୟ ମହାନ୍ତି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲ୍କୁ ଚେକ୍ଅପ୍ ପାଇଁ ଯାଇଥିବା ବେଳେ ହୃଦ୍ଘାତର ଶିକାର ହୋଇଥିଲେ। ସେହିଦିନ ଠାରୁ ସେ ସେଠାରେ ଚିକିତ୍ସିତ ହେଉଛନ୍ତି।
ହାଇଦ୍ରାବାଦରୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଆସି ଭୁବନେଶ୍ୱରରେ ପହଞ୍ଚିଲେ ଅଭିନେତା ବିଜୟ ମହାନ୍ତି, ଅସୁସ୍ଥତା କାରଣରୁ କିଛି ଦିନ ତଳେ ବିଜୟ ମହାନ୍ତି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ #Bhubaneswar #Odisha pic.twitter.com/zklJ4GPa6Z
— ଓଟିଭି (@otvkhabar) June 14, 2020
from Odisha Reporter https://ift.tt/37tVMcm
No comments:
Post a Comment