ନକଲି ଡାକ୍ତର ହାତରେ ଗଲା ଗର୍ଭବତୀଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 11, 2020

ନକଲି ଡାକ୍ତର ହାତରେ ଗଲା ଗର୍ଭବତୀଙ୍କ ଜୀବନ

ଉମରକୋଟ(କାର୍ତ୍ତିକ ମଲ୍ଲିକ):ନକଲି ଡାକ୍ତରଙ୍କ ହାତରେ ଗଲା ଗର୍ଭବତୀଙ୍କ ଜୀବନ।  ନକଲି ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁ ଗୁରୁତର  ହୋଇପଡ଼ିଥିବା ଗର୍ଭବତୀ ଶେଷରେ ଆଖି ବୁଜିଛନ୍ତି । ଏଭଳି ଏକ ଦୁଃଖଦ ଘଟଣା ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହାତୀଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କମକାଢଡ଼ଗି ଗ୍ରାମରେ ଘଟିଛି ।

ସୂଚନା ମୁତାବକ, ହାତୀଗାଁ କମକାଢଡ଼ଗି ଗ୍ରାମର ଅଭିରାମ ରାଉତଙ୍କ  ପତ୍ନୀ ଅନିତା ଗଉଡ଼  ୩ ମାସର ଗର୍ଭବତୀ ହୋଇଥିଲେ ।  କିଛି ଦିନ ତଳେ ଅନିତାଙ୍କ ସ୍ୱାସ୍ଥ ଖରାପ ହେବାରୁ   ଚିକିତ୍ସା ନିମନ୍ତେ ପରିବାର ଲୋକେ ଗତ ରବିବାର ଦାସପୁର ଗ୍ରାମର ନକଲି ଡାକ୍ତର ନନ୍ଦୁରାମ ଗଣ୍ଡଙ୍କ ନିକଟକୁ ନେଇଥିଲେ। ଅନିତାଙ୍କୁ ମ୍ୟାଲେରିଆ ହୋଇଥିବା କହି  ନନ୍ଦୁରାମ ଇଜେକ୍ସନ ଦେବା ସହ କିଛି ବଟିକା ମଧ୍ୟ ଖାଇବାକୁ ଦେଇଥିଲେ ବୋଲି ପରିବାର ଲୋକେ କହିଛନ୍ତି । କିନ୍ତୁ ଉକ୍ତ ଔଷଧ ଖାଇବା ପରେ ଅନିତା ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ପ୍ରଥମେ ତାଙ୍କୁ ରାଇଘର ଓ  ଗତକାଲି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଘଟଣା ପରେ ରାଇଘର  ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ରୁପେଶ ଢାଲି ସମ୍ପୃକ୍ତ ନକଲି ଡାକ୍ତରଙ୍କ ବିରୋଧରେ ଥାନାରେ ଥାନାରେ ଏତଲା ଦେଇଛନ୍ତି।  ଏତଲାକୁ ଆଧାର କରି ରାଇଘର ପୁଲିସ୍‌ ଉକ୍ତ ଗ୍ରାମକୁ ଯାଇ ପରିବାର ଲୋକଙ୍କୁ ପଚରା ଉଚରା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/3dVTl4K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages