ରଜ ପାଇଁ ଆଜି କର୍ଫ୍ୟୁ କୋହଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 11, 2020

ରଜ ପାଇଁ ଆଜି କର୍ଫ୍ୟୁ କୋହଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରବିବାର ପହଲି ରଜ ।  ଏଥିପାଇଁ  ଗୋଟିଏ ଦିନ ବା (ଶୁକ୍ରବାର) ରାତ୍ରକାଳୀନ କର୍ଫ୍ୟୁ କୋହଳ କରିଛନ୍ତି ରାଜ୍ୟ ସରକାର। ଆଜି ସଂଧ୍ୟା ୭ଟା ପରିବର୍ତ୍ତେ ରାତି ୧୦ଟାରୁ କର୍ଫ୍ୟୁ ଲାଗୁ ହେବ। ଅର୍ଥାତ୍ ରଜ ପାଇଁ ଲୋକଙ୍କ କିଣାବିକାକୁ ଆଖି ଆଗରେ ରଖି ଆଜି ସମସ୍ତ ଦୋକାନ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଥିପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।
କଟକରେ ଆଜି ସମସ୍ତ ଦୋକାନ ରାତି ୯ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ ବୋଲି କଟକ ମହାନଗର ନିଗମ ପକ୍ଷରୁ କୁହାଯାଇଛି।
କରୋନା ମହାମାରୀ ପାଇଁ ୧୧ଟି ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ବାର ଶଟ୍‌ଡାଉନ କରାଯାଇଛି। ଏହାସହ ସମଗ୍ର ରାଜ୍ୟରେ ପ୍ରତିଦିନ ସନ୍ଧ୍ୟା ୭ଟାରୁ ଭୋର ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି। କିନ୍ତୁ ଶୁକ୍ରବାର ଏହି କଟକଣାକୁ ରାଜ୍ୟ ସରକାର ସାମାନ୍ୟ କୋହଳ କରିଥିବାରୁ ରାଜ୍ୟବାସୀ ଆଶ୍ୱସ୍ତ ହୋଇଛନ୍ତି।
ଆସନ୍ତା ରବିବାରଠାରୁ ରଜ ଆରମ୍ଭ ହୋଇଯାଉଥିବା ବେଳେ ଶନିବାର ଓ ରବିବାର ରାଜ୍ୟର ୧୧ ଜିଲ୍ଲାରେ ଲାଗୁ ହେଉଛି ଶଟଡାଉନ୍ କଟକଣା। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର କର୍ଫ୍ୟୁ କଟକଣାକୁ ରାଜ୍ୟ ସରକାର ସାମାନ୍ୟ କୋହଳ କରାଯାଇଥିବା ଜଣାଯାଇଛି।



from Odisha Reporter https://ift.tt/3hjnay5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages