ଜୟପୁର(ଟି.ଗୌରୀଶଙ୍କର): ଆଜିକୁ ମିଶାଇ ୨୧ ଦିନ ହେଲା ଦେଶରେ ଲଗାତାର ଭାବେ ତୈଳ ଦର ବଢ଼ି ଚାଲିଛି। ଆଜି ପେଟ୍ରୋଲ ଲିଟର ପିଛା ୨୫ ପଇସା ଓ ଡିଜେଲ ୨୧ ପଇସା ବୃଦ୍ଧି ପାଇଛି। ଏହି କ୍ରମରେ ଆଜି କୋରାପୁଟ ଜିଲ୍ଲା ଜୟପୁରରେ ପେଟ୍ରୋଲ ଦର ଲିଟର ପିଛା ୮୪ ଟଙ୍କା ୪୧ ପଇସା ରହିଛି। ପ୍ରିମିୟମ ପେଟ୍ରୋଲ ଦର ୮୭ ଟଙ୍କା ୭୧ ପଇସା ରହିଛି। ସେହିଭଳି ଡିଜେଲ ଦର ୮୧ ଟଙ୍କା ୯୨ ପଇସା ରହିଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଏ ନେଇ ଜଣେ ଗ୍ରାହକ କହିଛନ୍ତି, “ ଏବେ ତେଲ ଦର ଏତେ ବଢ଼ି ଯାଇଛି ଯେ ଗାଡ଼ିରେ ତେଲ ପକାଇକୁ କଷ୍ଟ ହେଉଛି। ସରକାର ବାକି ସୁବ ଜିନିଷର ଦରଦାମ୍ର ନିୟନ୍ତ୍ରଣ କରୁଛନ୍ତି। ତେଲ ଅତ୍ୟାବଶ୍ୟକ ସେବାରେ ଯାଉଛି, ତେଣୁ ସରକାର ତେଲ ଦର ବୃଦ୍ଧିକୁ ନେଇ ପଦକ୍ଷେପ ନେବା ଦରକାର। ଆମେ ବି ଜାଣି ପାରୁନୁ ଅଳ୍ପ ଦିନ ଭିତରେ ତେଲ ଦର ବୃଦ୍ଧି ହେବାର କାରଣ କ’ଣ?”
The post ‘ଗାଡ଼ିରେ ତେଲ ପକାଇକୁ କଷ୍ଟ ହେଉଛି’ appeared first on Odisha Reporter.
from Odisha Reporter https://ift.tt/2BJ9WKO
No comments:
Post a Comment