କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ପଡ଼ିଲା ବରଣ ମାଳା; ପ୍ରେମ ପକ୍ଷୀ ପାଲଟିଲେ ଜୀବନସାଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 26, 2020

କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ପଡ଼ିଲା ବରଣ ମାଳା; ପ୍ରେମ ପକ୍ଷୀ ପାଲଟିଲେ ଜୀବନସାଥୀ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଯୋଗୁ ସମ୍ପର୍କର ଡୋରି ଦୁର୍ବଳ ହୋଇ ପଡ଼ୁଥିବା ବେଳେ କେଉଁଠି ଗଢ଼ି ଉଠୁଛି ନୂଆ ସମ୍ପର୍କ। ଏହି ମହାମାରୀ ବହୁ ପରିବାରକୁ ଅନ୍ଧକାରକୁ ଠେଲି ଦେଉଥିବା ବେଳେ କେଉଁଠି ଦେଖିବାକୁ ମିଳୁଛି ଆଶାର ନୂଆ କିରଣ। ଏପରିକି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ପ୍ରେମୀ ଯୁଗଳ ସେଠାରୁ ପତିପତ୍ନୀର ମାନ୍ୟତା ନେଇ ନିଜ ନୂଆ ସଂସାରକୁ ଫେରୁଛନ୍ତି। ଏପରି ଏକ ସମ୍ପର୍କର ମୂଳଦୁଆ ପଡ଼ିଛି ବଲାଙ୍ଗିର ଖପ୍ରାଖୋଲ ତେଲେନପାଲି କ୍ୱାରେଣ୍ଟାଇନ୍ ସେଣ୍ଟରରେ।

ଉଭୟଙ୍କ ଘର ବଲାଙ୍ଗିର ଜିଲ୍ଲାରେ ହୋଇଥିବା ବେଳେ ଯୁବତୀଙ୍କର ଘର ଖପ୍ରାଖୋଲ ବ୍ଲକରେ ଓ ଯୁବକଙ୍କ ଘର ତେଲେନପାଲି ଅଞ୍ଚଳରେ । ଦାଦନ ଖଟିବାକୁ ଉଭୟ ଯାଇଥିଲେ ଆନ୍ଧ୍ରପ୍ରଦେଶ ।  ସେଠାରେ ଭାବ ଦିଆନିଆରୁ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସଂପର୍କ । ହେଲେ ପରିବାର ଲୋକଙ୍କୁ ଜଣାଇବାର ସାହସ ଜୁଟାଇ ପାରି ନ ଥିଲେ।

କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିବା ଭିତରେ ଉଭୟଙ୍କ ମନ କଥା ଜାଣିପାରିଲେ ସରପଞ୍ଚ। ଏହାପରେ ଉଭୟଙ୍କୁ ଜୀବନସାଥୀ କରାଇବା ପାଇଁ ଉଦ୍ୟମ ଆରମ୍ଭ କରିଦେଲେ।  ରୀତିନୀତି ଅନୁଯାୟୀ, କ୍ୱାରେଣ୍ଟାଇନ୍‌ ସେଣ୍ଟର ପରିସରରେ ହେଲା ବାହାଘର। କରୋନା କଟକଣା ଭିତରେ ବରଣମାଳା ପିନ୍ଧାଇ ଜୀବନସାଥୀ ପାଲଟିଲେ ଏହି ପ୍ରେମୀ ଯୁଗଳ।

The post କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ପଡ଼ିଲା ବରଣ ମାଳା; ପ୍ରେମ ପକ୍ଷୀ ପାଲଟିଲେ ଜୀବନସାଥୀ appeared first on Odisha Reporter.



from Odisha Reporter https://ift.tt/3i6kmEW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages