ପୁରୀ(ମଧୁସୂଦନ ମିଶ୍ର): ଆଜି ସକାଳ ଧୂପରେ ବାହାରିଛି ଆଡ଼ପ ଅବଢ଼ା। ଆଡ଼ପ ଅବଢା ପାଇବାକୁ ଭକ୍ତଙ୍କ ପାଇଁ ଟୋକନ୍ ବ୍ୟବସ୍ଥା କରାଯାଇଛି।
ବର୍ଷକରେ ଥରେ ଏହି ଅବଢ଼ା ବାହାରିଥାଏ। ଏଥିପାଇଁ ଭକ୍ତମାନେ ବର୍ଷସାରା ଅପେକ୍ଷା କରି ରହିଥାନ୍ତି। ତେବେ ଚଳିତ ବର୍ଷ କୋଭିଡ୍ କଟକଣା ଯୋଗୁ ଭକ୍ତଙ୍କର ଗହଳି ନାହିଁ। ବସ୍ଷ୍ଟାଣ୍ଡକୁ ବୋଝିଆମାନେ ଅବଢ଼ା ବୋହିକି ଆଣୁଥିବା ବେଳେ ସେଠାରୁ ଭକ୍ତମାନେ ଟୋକନ ଦେଖାଇ ନେବା ବ୍ୟବସ୍ଥା କରାଯାଇଛି।
ଗତକାଲି ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି ରଥାରୁଢ଼ ତିନି ଠାକୁର। ବିଜେ କାହାଳୀ ବାଜିବା ପରେ ପ୍ରଥମେ ମଦନମୋହନ, ରାମକୃଷ୍ଣ ଓ ପରେ ସୁଦର୍ଶନ ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ। ଏହାପରେ ବଳଭଦ୍ରଙ୍କୁ ସେବାୟତମାନେ ଆଡ଼ପ ମଣ୍ଡପରେ ଅବସ୍ଥାନ କରାଇ ସୁଭଦ୍ରାଙ୍କୁ ପହଣ୍ଡିରେ ନେଇଥିଲେ। ସବା ଶେଷରେ ଜନ୍ମବେଦୀକୁ ବିଜେ କରିଥିଲେ ମହାପ୍ରଭୁ ଜଗନ୍ନାଥ। ଏହା ପୂର୍ବରୁ ଗତକାଲି ରଥ ଉପରେ ଠାକୁରଙ୍କର ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବେ ଶେଷ ହୋଇଥିଲା। ଆଡ଼ପ ମଣ୍ଡରେ ଠାକୁରମାନେ ଅବସ୍ଥାନ କରିବା ବେଳେ ଶ୍ରଦ୍ଧାଳଙ୍କୁ ଦର୍ଶନ ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।
The post ବାହାରିଲା ଆଡ଼ପ ଅବଢ଼ା appeared first on Odisha Reporter.
from Odisha Reporter https://ift.tt/3duKR3C
No comments:
Post a Comment