ସଲମାନ୍‌ଙ୍କୁ ସମର୍ଥନ କରି ଟ୍ରୋଲ ହେଲେ ସୁନୀଲ ଗ୍ରୋଭର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 25, 2020

ସଲମାନ୍‌ଙ୍କୁ ସମର୍ଥନ କରି ଟ୍ରୋଲ ହେଲେ ସୁନୀଲ ଗ୍ରୋଭର୍‌

ନୂଆଦିଲ୍ଲୀ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ମୃତ୍ୟୁରେ ମର୍ମାହତ ହୋଇ ତାଙ୍କ ଫ୍ୟାନ୍ସ ସୋଶାଲ ମିଡିଆରେ ଅନେକ ସେଲେବ୍ରିଟିଙ୍କୁ ଲଗାତାର ଟ୍ରୋଲ କରିବାରେ ଲାଗିଛନ୍ତି। ନିକଟରେ ସଲମାନ୍‌ ଖାନ୍‌ ଏକ ଟ୍ୱିଟ୍‌ କରି ସୁଶାନ୍ତଙ୍କୁ ସମବେଦନା ଜଣାଇଥିଲେ। ଯେଉଁଥିରେ ସେ କହିଥିଲେ, ‘ମୁଁ ମୋର ସମସ୍ତ ଫ୍ୟାନ୍ସ ଓ ସୁଶାନ୍ତଙ୍କ ଫ୍ୟାନ୍ସଙ୍କୁ ଅନୁରୋଧ କରୁଛି, ଅଶାଳୀନ ଭାଷାର ବ୍ୟବହାର କରନ୍ତୁ ନାହିଁ। ସୁଶାନ୍ତଙ୍କ ପରିବାର ସହିତ ଛିଡ଼ା ହୁଅନ୍ତୁ।’ ଏହି ଟ୍ୱିଟ୍‌ ପରେ ସଲମାନ୍‌ ଟ୍ରୋଲିଙ୍ଗର ଶିକାର ହୋଇଥିଲେ।

ସଲମାନ୍‌ଙ୍କର ଏହି ଟ୍ୱିଟ୍ ପରେ ସୁନିଲ୍‌ ଗ୍ରୋଭର୍‌ ତାଙ୍କୁ ସୋଶାଲ ମିଡିଆରେ ସମର୍ଥନ କରିଥିଲେ ଏବଂ ଲେଖିଥିଲେ, ‘ମୁଁ ସଲମାନ୍‌ ଖାନ୍‌ଙ୍କୁ ଭଲ ପାଇବା ସହିତ ସମ୍ମାନ କରେ। ’ସୁନୀଲଙ୍କର ଏହି ଟ୍ୱିଟ୍‌ ପରେ ୟୁଜର୍ସ ରାଗିଯାଇ ତାଙ୍କୁ ମଧ୍ୟ ଟ୍ରୋଲ କରିଛନ୍ତି। ତେଣୁ ଟ୍ରୋଲରଙ୍କ ମୁହଁକୁ ବନ୍ଦ କରିବା ପାଇଁ ଜବାବ ଦେଇଛନ୍ତି ସୁନୀଲ୍‌।

ଟ୍ୱିଟ୍‌ କରି ସେ ଲେଖିଛନ୍ତି, ‘ପଇସା ନେଇ ଟ୍ରୋଲର୍ସର କାମ କରୁଥିବା ଲୋକଙ୍କୁ ଦେଖିଲେ ମୋତେ ମଜା ଲାଗୁଛି। ହେ ଭଗବାନ ମୋତେ ଏପରି ମନୋରଞ୍ଜନରୁ ବଞ୍ଚାନ୍ତୁ। ’

ସେହିପରି ଅନ୍ୟ ଏକ ଟ୍ୱିଟ୍‌ରେ ସୁନୀଲ ଲେଖିଛନ୍ତି, ‘ସତ ଓ ପ୍ରକୃତ ତଥ୍ୟ ମଧ୍ୟରେ ଫରକ ରହିଛି। ତଥ୍ୟକୁ ତର୍କ ସହିତ ଯୋଡ଼ା ଯାଇପାରିବନାହିଁ। କାରଣ ଏହା ଏକ ସ୍ୱୟଂ ତର୍କ। କିନ୍ତୁ ସତ ଏପରି ଏକ ଜିନିଷ ଯାହା ଯେ କୌଣସି ବ୍ୟକ୍ତିର ଦୃଷ୍ଟିକୋଣ ଓ ଅନୁଭବ ଉପରେ ନିର୍ଭର କରିଥାଏ।

ସୂଚନାଯୋଗ୍ୟ, ସୁନୀଲ ଗ୍ରୋଭର ଜଣେ କମେଡିଆନ୍ ସହିତ ଭଲ ଅଭିନେତା ମଧ୍ୟ। ସଲମାନ୍‌ଙ୍କ ଫିଲ୍ମ ‘ଭାରତ’ରେ ତାଙ୍କର ଚମତ୍କାର ଅଭିନୟ ଦେଖିବାକୁ ମିଳିଥିଲା। କରୋନା ଲକଡାଉନ ପାଇଁ ସୋଶାଲ ମିଡିଆରେ ବିଭିନ୍ନ ମନୋରଞ୍ଜନଧର୍ମୀ ଭିଡିଓ ପୋଷ୍ଟ କରି ସେ ଫ୍ୟାନ୍ସଙ୍କ ସହିତ ଜଡ଼ିତ ରହିଛନ୍ତି।

The post ସଲମାନ୍‌ଙ୍କୁ ସମର୍ଥନ କରି ଟ୍ରୋଲ ହେଲେ ସୁନୀଲ ଗ୍ରୋଭର୍‌ appeared first on Odisha Reporter.



from Odisha Reporter https://ift.tt/2AYMauw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages