କାନ୍ଦ ବୋବାଳିରେ ଫାଟିଲା ପରିବେଶ; ପଞ୍ଚଭୂତରେ ଲୀନ ହେଲେ ନୁଦୁରାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 18, 2020

କାନ୍ଦ ବୋବାଳିରେ ଫାଟିଲା ପରିବେଶ; ପଞ୍ଚଭୂତରେ ଲୀନ ହେଲେ ନୁଦୁରାମ

ରାଇରଙ୍ଗପୁର(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ଶେଷକୃତ୍ୟ। ପଞ୍ଚଭୂତରେ ଲୀନ ହେଲା ମରଶରୀର। ଲଦାଖର ଗଲଓ୍ୱାନ ଘାଟିରେ ସହିଦ ହୋଇଥିବା  ଓଡ଼ିଆ ଯବାନ ନୁଦୁରାମ ସୋରେନ୍‌ଙ୍କ ଶେଷକୃତ୍ୟ ଆଜି ତାଙ୍କ ପୈତୃକ ଗାଁ ବଡ଼ଚମ୍ପାଉଦାରେ ଶେଷ ହୋଇଯାଇଛି। କାନ୍ଦ ବୋବାଳିରେ ସମଗ୍ର ପରିବେଶ ଫାଟି ପଡ଼ୁଥିବା ବେଳେ ବୀର ଓଡ଼ିଆ ପୁଅକୁ ସମସ୍ତେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଗତକାଲି ବିଳମ୍ବିତ ରାତିରେ ସହିଦ ନୁଦୁରାମଙ୍କ ମରଶରୀର ରାଇରଙ୍ଗପୁରରେ ପହଞ୍ଚିବା ପରେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ସ୍ଥାନୀୟ ରାଇରଙ୍ଗପୁର ଇଚିଣ୍ଡାସ୍ଥିତ ସହିଦଙ୍କ ନୂତନ ନିର୍ମିତ ବାସଭବନରେ ତାଙ୍କ ମରଶରୀର ରଖାଯାଇଥିଲା। ସେଠାରୁ ସକାଳେ ଏକ ଶୋଭାଯାତ୍ରାରେ ପାର୍ଥୀବ ଶରୀରକୁ ସହର ପରିକ୍ରମା କରାଯିବା ପରେ ତାଙ୍କ ଗାଁ ବଡ଼ ଚମ୍ପାଉଦାକୁ ନିଆଯାଇଥିଲା। ରାସ୍ତାର ବିଭିନ୍ନ ସ୍ଥାନରେ ଲୋକେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ତେବେ ପାର୍ଥୀବ ଶରୀର ଚମ୍ପାଉଦା ଗାଁରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବା ପରେ ଶବ ଦାହ କରାଯାଇଥିଲା।

ସୂଚନାଯୋଗ୍ୟ, ଚୀନ ସେନାର ଆକ୍ରମଣରେ ସହିଦ ହୋଇଥିବା ୨୦ଜଣ ଭାରତୀୟ ଯବାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଥିଲେ। ସେମାନେ ହେଲେ ଚନ୍ଦ୍ରକାନ୍ତ ପ୍ରଧାନ ଓ ନୁନ୍ଦୁରାମ ସୋରେନ୍। ଗତକାଲି ଅପରାହ୍ନରେ ଉଭୟ ସହିଦଙ୍କ ମୃତଦେହ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା। ସେଠାରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ସମେତ ୩ ସେନାର ପ୍ରମୁଖ ଅଧିକାରୀ, ବରିଷ୍ଠ ନେତା ଓ ସାଧାରଣ ଜନତାଙ୍କ ଉପସ୍ଥିତିରେ ବିମାନ ବନ୍ଦର ପରିସରରେ ଉଭୟଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା।



from Odisha Reporter https://ift.tt/2ASh1bP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages