ଲଦାଖ ଓ କରୋନା ପାଇଁ ୫୦ତମ ଜନ୍ମଦିନ ପାଳନ କରିବେନି ରାହୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 18, 2020

ଲଦାଖ ଓ କରୋନା ପାଇଁ ୫୦ତମ ଜନ୍ମଦିନ ପାଳନ କରିବେନି ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆଜି ୫୦ ବର୍ଷ ବୟସରେ ପାଦ ଦେଇଛନ୍ତି। ତେବେ ଦେଶରେ ଜାରି ରହିଥିବା କରୋନା ବିପତ୍ତି ଓ ନିକଟରେ ଲଦାଖରେ ସହିଦ ହୋଇଥିବା ୨୦ ଯବାନ ପାଇଁ ରାହୁଲ ଚଳିତ ବର୍ଷ ନିଜର ଜନ୍ମଦିନ ପାଳନ କରିବେ ନାହିଁ।

ସେହିପରି କଂଗ୍ରେସ ପକ୍ଷରୁ ବିଭିନ୍ନ ରାଜ୍ୟ ଓ ଜିଲ୍ଲା ସ୍ତରୀୟ କମିଟି ସଦସ୍ୟଙ୍କୁ ମଧ୍ୟ ରାହୁଲଙ୍କ ଜନ୍ମଦିନ ଉପଲକ୍ଷେ କୌଣସି କାର୍ଯ୍ୟକ୍ରମ ନ କରିବାକୁ କୁହାଯାଇଛି।

ଏନେଇ କଂଗ୍ରେସର ସାଧାରଣ ସମ୍ପାଦକ କେସି ଭେନୁଗୋପଲ ସମସ୍ତଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। କରୋନା କାଳରେ ସଙ୍କଟମୟ ସ୍ଥିତିର ସମ୍ମୁଖୀନ ହେଉଥିବା ଲୋକଙ୍କୁ କଂଗ୍ରେସକର୍ମୀମାନେ ରିଲିଫ ଯୋଗାଇ ଦିଅନ୍ତୁ ବୋଲି କୁହାଯାଇଛି। ରାହୁଲଙ୍କ ଜନ୍ମଦିନ ଉପଲକ୍ଷେ କଂଗ୍ରେସ କର୍ମୀମାନେ ନିଜର କ୍ଷମତା ଅନୁଯାୟୀ, ଗରିବ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ବଣ୍ଟନ କରିପାରିବେ।

ଦେଶ ପାଇଁ ବଳିଦାନ ଦେଇଥିବା ସହିଦଙ୍କ ପାଇଁ ସବୁ ରାଜ୍ୟ ଓ ଜିଲ୍ଲାସ୍ତରୀୟ କଂଗ୍ରେସ କର୍ମୀମାନେ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରିବାକୁ କେସି ଭେନୁଗୋପାଲ କହିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଆଲିଗଡ଼ରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ପୂଜାପାଠର ଆୟୋଜନ କରାଯାଇଥିଲା। ଏଥିରେ କଂଗ୍ରେସ କର୍ମୀମାନେ ରାହୁଲଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାମନା କରିବା ସହ ଚାଇନା ଦ୍ରବ୍ୟକୁ ବର୍ଜନ କରିବାକୁ ଶପଥ ନେଇଛନ୍ତି।



from Odisha Reporter https://ift.tt/2YeyfJp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages