ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର-ସୋନପୁର ରାସ୍ତାର ସୁଦପଡ଼ା ରେଲୱେ ଫାଟକ ନିକଟରେ ଏକ ହାଇୱା ଟ୍ରକ୍ ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ଖବର ଲେଖାଯିବା ସୁଦ୍ଧା ତାଙ୍କ ପରିଚୟ ମିଳିପାରି ନାହିଁ।
ପୁଲିସ୍ ଶବକୁ ବ୍ୟବଚ୍ଛେଦ ପାଇଁ ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ପଠାଇ ଅଧିକ ତଦନ୍ତ କରୁଛି। ଦୁର୍ଘଟଣା ଘଟାଇଥିବା ହାଇୱା ଟ୍ରକକୁ ଜବତ କରିଥିବା ବେଳେ ଏହାର ଡ୍ରାଇଭର ଓ ହେଲପର ଫେରାର ମାରିଛନ୍ତି। ହାଇୱା ଟ୍ରକ୍ଟି ଏକ କନ୍ଷ୍ଟ୍ରକ୍ସନ୍ କମ୍ପାନୀର ବୋଲି ଜଣାପଡ଼ିଛି।
ମୃତ ବ୍ୟକ୍ତିଙ୍କ ମୁଣ୍ଡଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ହେଲ୍ମେଟ୍ କିଛି ଦୂରରେ ଛିଟିକି ପଡ଼ିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ରାସ୍ତାକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ବେଳେ ପୁଲିସ୍ ଟାଉନ୍ ଥାନା ପୁଲିସ୍ ସେମାନଙ୍କୁ ବୁଝାସୁଝା କରିଥିଲା।
from Odisha Reporter https://ift.tt/3fkLbmT
No comments:
Post a Comment