ଫୁସଫୁସ୍ ପ୍ରତିରୋପଣ କରି ଗୌରବ ଅର୍ଜିଲେ ଭାରତୀୟ ବଂଶୋଦ୍ଭବ ଡାକ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 12, 2020

ଫୁସଫୁସ୍ ପ୍ରତିରୋପଣ କରି ଗୌରବ ଅର୍ଜିଲେ ଭାରତୀୟ ବଂଶୋଦ୍ଭବ ଡାକ୍ତର

ସିକାଗୋ: ଭାରତ ପାଇଁ ଗୌରବ ଆଣିଦେଇଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ ଡାକ୍ତର। ଆମେରିକାରେ କରୋନା ସଂକ୍ରମଣରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଫୁସଫୁସର ସଫଳ ଟ୍ରାନ୍ସପ୍ଲାଣ୍ଟ କରି ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛନ୍ତି ଡା. ଅଙ୍କିତ ଭାରତ। କରୋନା ମହାମାରୀ ଆରମ୍ଭ ହେବା ପରେ ଏହା ଆମେରିକାର ପ୍ରଥମ ସର୍ଜରୀ ବୋଲି କୁହାଯାଉଛି।

ଭାରତୀୟ ବଂଶୋଦ୍ଭବ ଡା. ଅଙ୍କିତଙ୍କ ଏହା ପ୍ରକୃତରେ ଏକ ବଡ଼ ସଫଳତା। କାରଣ କରୋନା ସଂକ୍ରମଣରେ ଜଣେ ୨୦ ବର୍ଷିୟା ଯୁବତୀଙ୍କ ଫୁସଫୁସ୍ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା ଫଳରେ ତାଙ୍କର ଜୀବନ ବଞ୍ଚାଇବା ଡାକ୍ତରଙ୍କ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ତେବେ ଭେଣ୍ଟିଲେଟର ସାହାଯ୍ୟରେ କିଛି ଦିନ ରହିବା ପରେ ଫୁସଫୁସ୍ ଟ୍ରେନ୍ସପ୍ଲାଣ୍ଟ କରିବା ନେଇ ନିଷ୍ପତ୍ତି ହୋଇଥିଲା। ଅଙ୍କିତଙ୍କ ନେତୃତ୍ୱରେ ଟିମ୍ ସଫଳତାର ସହ ଫୁସଫିସ୍ ପ୍ରତିରୋପଣ କରି ଯୁବତୀଙ୍କ ଜୀବନ ବଞ୍ଚାଇଛନ୍ତି।

ସୂଚନା ଯେ, ଆମେରିକାର ଚିକାଗୋ ନର୍ଥେଓ୍ୱେଷ୍ଟର୍ଣ୍ଣ ମେଡିକାଲରେ ଗତ ଶୁକ୍ରବାର ଦିନ ଯୁବତୀଙ୍କ ଫୁସଫୁସ୍ ପ୍ରତିରୋପଣ କରାଯାଇଥିଲା। ସଂକ୍ରମଣ ଯୋଗୁ ୨ ମାସ ଧରି ରହିବା ପରେ ଏବେ ଯୁବତୀ ଜଣକ ଧିରେ ଧିରେ ସୁସ୍ଥ ହେଉଛନ୍ତି। ଏହି ସଫଳତା ପାଇଁ ଭାରତୀୟ ବଂଶୋଦ୍ଭବ ଡା. ଅଙ୍କିତଙ୍କୁ ବେଶ ପ୍ରଶଂସା କରାଯାଉଛି।

ଅଙ୍କିତ ଉତ୍ତର ପ୍ରଦେଶର ମିରଟରେ ଜନ୍ମ ହୋଇଥିଲେ। ଏବେ ସେ ଆମେରିକାରେ ଥେରାସିସ୍ ସର୍ଜରୀ ଓ ସର୍ଜିକାଲ ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି। ଏହି ବଡ଼ ସଫଳତା ପରେ ସେ କହିଛନ୍ତି, କୋଭିଡ୍-୧୯ର ଅତି ଗୁରୁତର ଆକ୍ରାନ୍ତଙ୍କ କ୍ଷେତ୍ରରେ ଅଙ୍ଗ ପ୍ରତିରୋପଣ ବାରମ୍ବାର କରିବାକୁ ପଡ଼ିପାରେ। ତେବେ ଏହି ଫୁସଫୁସ୍ ପ୍ରତିରୋପଣ ତାଙ୍କ ଜୀବନର ସବୁଠାରୁ କଠିନ ତଥା ଜଟିଳ ପ୍ରତିରୋପଣଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏହା ନିଶ୍ଚିତ ଭାବେ ଏକ ବଡ଼ ଚ୍ୟାଲେଞ୍ଜ ଥିଲା ବୋଲି ଡା. ଅଙ୍କିତ କହିଛନ୍ତି।



from Odisha Reporter https://ift.tt/2BWVOh7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages