ରାଜ୍ୟରେ କରୋନା ନେଲା ଆଉ ୩ ମୁଣ୍ଡ, ମୁତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 27, 2020

ରାଜ୍ୟରେ କରୋନା ନେଲା ଆଉ ୩ ମୁଣ୍ଡ, ମୁତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାରେ ରାଜ୍ୟରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୨୧ରେ ପହଞ୍ଚି ଯାଇଛି।

ଏହି ୩ ମୃତକଙ୍କ ମଧ୍ୟରୁ ଜଣେ ଗଞ୍ଜାମର ୭୫ ବର୍ଷୀୟ ବୃଦ୍ଧ। ସେ ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡ଼ିତ ଥିଲେ। ଆଉ ଜଣେ ୭୩ ବର୍ଷୀୟ ବୃଦ୍ଧ ଭୁବନେଶ୍ୱରର। ସେ ଡାଇବେଟିସ୍, ଉଚ୍ଚ ରକ୍ତଚାପ ଓ କିଡ୍‌ନୀ ଜନିତ ସମସ୍ୟାରେ ପୀଡ଼ିତ ଥିଲେ। ସେହିଭଳି ତୃତୀୟ ବ୍ୟକ୍ତି ଜଣଙ୍କ କଟକ ଜିଲ୍ଲାର। ତାଙ୍କୁ ୬୫ ବର୍ଷ ହୋଇଥିଲା। ସେ ଡାଇବେଟିସ୍, ଉଚ୍ଚ ରକ୍ତଚାପ ଓ କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ। ଏମାନେ ସମସ୍ତେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି।

 

ଗଞ୍ଜାମ ଜିଲ୍ଲାରେ କରୋନା ମୃତକଙ୍କ ସଂଖ୍ୟା ୧୦ରେ ପହଞ୍ଚି ଯାଇଥିବା ବେଳେ ଖୋର୍ଦ୍ଧାରେ ୫ ଓ କଟକରେ ୪ ହୋଇଯାଇଛି। ସେହିପରି ପୁରୀ ଓ ବରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କରୋନାରେ ପ୍ରାଣ ହରାଇଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୬୧୪ରେ ପହଞ୍ଚିଥିବା ବେଳେ ୪,୬୦୬ ଜଣ ସୁସ୍ଥ ହୋଇସାରିଛନ୍ତି ଓ ୧୯୮୦ ଜଣ ଚିକିତ୍ସାଧୀନ ଅଛନ୍ତି। ଆଉ ୭ କରୋନା ଆକ୍ରାନ୍ତ ବି ପ୍ରାଣ ହରାଇଛନ୍ତି। ତେବେ ଅନ୍ୟ କାରଣରୁ ସେମାନଙ୍କ ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

The post ରାଜ୍ୟରେ କରୋନା ନେଲା ଆଉ ୩ ମୁଣ୍ଡ, ମୁତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି appeared first on Odisha Reporter.



from Odisha Reporter https://ift.tt/2BgXlyE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages