ନୂଆଦିଲ୍ଲୀ: ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମଣ ଦେଶରେ ବ୍ୟାପିବାରେ ଲାଗିଛି, ଯାହା ନିୟମିତ ଆଧାରରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳୁଥିବା ତାଜା ତଥ୍ୟରୁ ସ୍ପଷ୍ଟ ବାରିହୋଇ ପଡ଼ୁଛି। ଗତ ୨୪ ଘଣ୍ଟାରେ ପ୍ରାୟ ୨୦ହଜାର ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଗୋଟିଏ ଦିନରେ ମିଳିଥିବା ଏହା ବର୍ତ୍ତମାନ ସୁଦ୍ଧା ସବୁଠାରୁ ବଡ଼ ସଂଖ୍ୟା। ଅନ୍ୟପଟେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫.୨୮ ଲକ୍ଷ ଟପିଛି।
ରବିବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଶରେ କରୋନା ସଂକ୍ରମଣ ସ୍ଥିତି ବାବଦରେ ତାଜା ତଥ୍ୟ ଦେଇଛି। ତଦ୍ଦନୁଯାୟୀ, ଭାରତରେ କରୋନା ସଂକ୍ରମିତଙ୍କ ମୋଟ ସଂଖ୍ୟା ୫,୨୮,୮୫୯ରେ ପହଞ୍ଚିଥିବା ବେଳେ ୧୬,୦୯୫ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।
ଗତ ୨୪ ଘଣ୍ଟାରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ୧୯,୯୦୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୧୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତେବେ ସବୁଠାରୁ ବଡ଼ ଆଶ୍ୱସ୍ତିସର ବିଷୟ ହେଲା ବର୍ତ୍ତମାନ ସୁଦ୍ଧା ଦେଶରେ ୩,୦୯,୭୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି। ଏହାସହ ଦେଶରେ ରିକୋଭରୀ ରେଟ୍ ବା ସୁସ୍ଥ ହାର ୫୮.୫୬ ପ୍ରତିଶତ ରହିଛି। କରୋନା ସଙ୍କଟ କାଳରେ ଅଧିକରୁ ଅଧିକ ଟେଷ୍ଟିଂ ମଧ୍ୟ କରାଯାଉଛି।
ସୂଚନାଯୋଗ୍ୟ, ଜୁନ୍ ୨୭ରେ ସର୍ବାଧିକ ୨,୩୧,୦୯୫ ଜଣଙ୍କ ନମୁନା ପରୀକ୍ଷଣ କରାଯାଇଛି। ତେବେ ଜୁନ ୨୭ ସୁଦ୍ଧା ସର୍ବମୋଟ ୮୨,୨୭,୮୦୨ ଜଣଙ୍କ ନମୁନା ପରୀକ୍ଷଣ ହୋଇସାରିଛି। ଦେଶରେ ବର୍ତ୍ତମାନ କରୋନା ପଜିଟିଭ୍ ହାର ୮.୬୧ ପ୍ରତିଶତ ରହିଛି।
The post ୨୪ ଘଣ୍ଟାରେ ପ୍ରାୟ ୨୦ହଜାର ନୂଆ ଆକ୍ରାନ୍ତ appeared first on Odisha Reporter.
from Odisha Reporter https://ift.tt/2ND32tm
No comments:
Post a Comment