ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ଭେଟିଲେ ଅର୍ଚ୍ଚିତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 29, 2020

ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ଭେଟିଲେ ଅର୍ଚ୍ଚିତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଯୋଗୁ ପ୍ରାୟ ସବୁ ବର୍ଗର ଲୋକେ ପ୍ରଭାବିତ ହୋଇଛନ୍ତି। ଜରାଶ୍ରମରେ ରହୁଥିବା ଅନ୍ତେବାସୀମାନେ ମଧ୍ୟ ଏଥରୁ ବାଦ୍‌ ପଡିନାହାନ୍ତି। କରୋନା ପାଇଁ ସେମାନଙ୍କ ଯତ୍ନ ନେବାକୁ ଲୋକମାନେ ଟିକେ ପଛଘୁଞ୍ଚା ଦେଇଛନ୍ତି। ତେବେ ଏଭଳି ଏକ ସମୟରେ ନିକଟରେ ଛତିଆ ସେବକ ବୃଦ୍ଧାଶ୍ରମକୁ ଯାଇଥିଲେ ଓଲିଉଡ୍ ଅଭିନେତ୍ରୀ ଅର୍ଚ୍ଚିତା। ସେ ଅନ୍ତେବାସୀମାନଙ୍କ ସହ ବେଶ୍ କିଛି ସମୟ ବିତାଇଥିଲେ। ଅର୍ଚ୍ଚିତା ସେମାନଙ୍କ ପାଇଁ ଖାଦ୍ୟ ସାମଗ୍ରୀ ମଧ୍ୟ ନେଇ ଯାଇଥିଲେ। କିଛି ସ୍ୱେଚ୍ଛାସେବୀ ସଙ୍ଗଠନର ସହାୟତରେ ସେ ଏମିତି ପଦକ୍ଷେପ ନେଇଥିଲେ।

ଅର୍ଚ୍ଚିତାଙ୍କ କହିବା ଅନୁଯାୟୀ, ଲକ୍‌ଡାଉନ୍‌ରେ ଜରାଶ୍ରମରେ ରହୁଥିବା ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନେ ମଧ୍ୟ ମାନସିକ ଅବସାଦରେ ରହୁଛନ୍ତି। ତେଣୁ ଏହି ସମୟରେ ଲୋକମାନେ କିଛି ସମୟ କାଢ଼ି ସେମାନଙ୍କୁ ଭେଟନ୍ତୁ ଏବଂ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ।

ଏହା ପୂର୍ବରୁ ଅର୍ଚ୍ଚିତା ବିଭିନ୍ନ ଗାଁକୁ ଯାଇ ଯୁବତୀ ଏବଂ ମହିଳା ମାନଙ୍କୁ ସାନିଟାରୀ ନାପ୍‌କିନ୍‌ ପ୍ରଦାନ କରିଥିଲେ ଓ ଋତୁସ୍ରାବ ଜନିତ ସ୍ୱଚ୍ଛତା ବିଷୟରେ ସଚେତନ କରାଇଥିଲେ।

 

 

 

The post ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ଭେଟିଲେ ଅର୍ଚ୍ଚିତା appeared first on Odisha Reporter.



from Odisha Reporter https://ift.tt/3dFNLlX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages