ଦେଶରେ ପ୍ରଥମ କରୋନା ଟିକା ପ୍ରସ୍ତୁତ, ଜୁଲାଇରୁ କ୍ଲିନିକାଲ୍ ଟ୍ରାଏଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 29, 2020

ଦେଶରେ ପ୍ରଥମ କରୋନା ଟିକା ପ୍ରସ୍ତୁତ, ଜୁଲାଇରୁ କ୍ଲିନିକାଲ୍ ଟ୍ରାଏଲ

ନୂଆଦିଲ୍ଲୀ: ଦେଶର ପ୍ରଥମ କରୋନା ଟିକା ‘କୋଭାକ୍ସିନ’ ପ୍ରସ୍ତୁତ ହୋଇଯାଇଛି। ଜୁଲାଇ ମାସରେ ଦେଶବ୍ୟାପୀ ଏହାର କ୍ଲିନିକାଲ୍ ଟ୍ରାଏଲ କରାଯିବ।

ଆଇସିଏମ୍ଆର୍, ନ୍ୟାସନାଲ୍ ଇନଷ୍ଟିଟ୍ୟୁଟ୍ ଅଫ୍ ଭାଇରୋଲୋଜି–ଏନ୍ଆଇଭି ସହ ମିଳିତ ଉଦ୍ୟମରେ ଭାରତ ବାୟୋଟେକ୍ ‘କୋଭାକ୍ସିନ’ ପ୍ରସ୍ତୁତ କରିଛି। ଏନ୍ଆଇଭିରେ ଏହାର ଗବେଷଣା ପରେ ଭାରତ ବାୟୋଟେକ୍‌କୁ ଟିକା ପ୍ରସ୍ତୁତ ପାଇଁ ଜ୍ଞାନକୌଶଳ ଦିଆଯାଇଥିଲା। ତେବେ ସଂପୂର୍ଣ୍ଣ ଭାରତୀୟ ଜ୍ଞାନକୌଶଳରେ ଭାରତ ବାୟୋଟେକ୍ ଏହି ଟିକା ପ୍ରସ୍ତୁତ କରିଛି।

ଏହି ଟିକାକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ–ଡିସିଜିଆଇର ମଞ୍ଜୁରୀ ମିଳିଛି। ଭାରତ ବାୟୋଟେକ୍ ପକ୍ଷରୁ ପ୍ରସ୍ତୁତ ହୋଇଥିବା କୋଭାକ୍ସିନର ଫେଜ୍–୧ ଓ ଫେଜ୍–୨ କ୍ଲିନିକାଲ୍ ଟାଏଲ ପାଇଁ ଡିସିଜିଆଇ ମଞ୍ଜୁରୀ ଦେଇଛି।

କରୋନା ଟିକା ବାହାର କରିବା ଲାଗି ବିଶ୍ୱର ବହୁ ଆଗ ଧାଡ଼ିର ଫାର୍ମା କଂପାନି ଚେଷ୍ଟା ଚଳାଇଥିବା ବେଳେ ହେଲେ ଏଯାଏ କାହାକୁ ସଫଳତା ମିଳିନାହିଁ। ତେବେ  ଚୀନ୍ ମିଲିଟାରୀ ଗବେଷଣା ସଂସ୍ଥା ପକ୍ଷରୁ ପ୍ରସ୍ତୁତ କରୋନା ଭାକସିନ ପ୍ରୟୋଗ ଲାଗି ସବୁଜ ସଂକେତ ପାଇଛି। ଏହାବ୍ୟତୀତ ରେମଡେସିଭିର ଔଷଧ ଗୁରୁତର କରୋନା ରୋଗୀଙ୍କ କ୍ଷେତ୍ରରେ ବହୁତ ଫଳପ୍ରଦ ହେଉଥିବା ଆମେରିକାର ଏକ ଫାର୍ମା କମ୍ପାନୀ ପକ୍ଷରୁ କୁହାଯାଇଛି।

ଦେଶରେ ଏଯାଏ କରୋନାରେ  ୫ ଲକ୍ଷରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ୧୬ ହଜାର ଉପରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା।

The post ଦେଶରେ ପ୍ରଥମ କରୋନା ଟିକା ପ୍ରସ୍ତୁତ, ଜୁଲାଇରୁ କ୍ଲିନିକାଲ୍ ଟ୍ରାଏଲ appeared first on Odisha Reporter.



from Odisha Reporter https://ift.tt/2YJWyiD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages