ଛତିଶଗଡ଼ରେ ପହଞ୍ଚିଲେ ପଙ୍ଗପାଳ ଦଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 1, 2020

ଛତିଶଗଡ଼ରେ ପହଞ୍ଚିଲେ ପଙ୍ଗପାଳ ଦଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଜଙ୍ଗଲରେ ପହଞ୍ଚିଲେ ସର୍ବଗ୍ରାସୀ ପଙ୍ଗପାଳ ଦଳ। ଏହା କ୍ରମଶଃ  ଓଡ଼ିଶାର ନିକଟତର ହୋଇ ଆସୁଥିବା ବେଳେ ଏହାକୁ ନେଇ ରାଜ୍ୟବାସୀ ଛନକା ହୋଇପଡ଼ିଛନ୍ତି।

ଛତିଶଗଡ଼ କୋରିଆ ଜିଲ୍ଲାର ଭରତପୁର ଜଙ୍ଗଲରେ ଲକ୍ଷ ଲକ୍ଷ ସଂଖ୍ୟାରେ ପଙ୍ଗପାଳ ପହଞ୍ଚି ସାରିଲେଣି।  ସେମାନେ ନିକଟସ୍ଥ ଗ୍ରାମାଞ୍ଚଳ ଆଡ଼କୁ ମୁହାଁଇବା ଆଶଙ୍କା ରହିଛି । ତେବେ ସେହିଠୁ ହିଁ ପଙ୍ଗପାଳଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଆରମ୍ଭ ହୋଇଛି ।

ଜଙ୍ଗଲ ପାଖ ଗାଁ ଲୋକମାନେ ବାଣ ଫୁଟାଇ, ବଜା ବଜାଇ ଘଉଡ଼ାଇବାକୁ ଚେଷ୍ଟା ଚଳାଇଛନ୍ତି। ଅପରପକ୍ଷେ ଆଜି ସକାଳେ ମନିନ୍ଦ୍ରଗଡ଼ରୁ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି, ଔଷଧ ସିଞ୍ଚନ କାମ ଆରମ୍ଭ କରିଛନ୍ତି । କୀଟନାଶକ ସିଞ୍ଚନ ପରେ ବହୁ ପରିମାଣରେ ପଙ୍ଗପାଳ ଧ୍ୱଂସ ହୋଇଥିବାର ସୂଚନା ମିଳିଛି । ତେବେ ବର୍ତ୍ତମାନ ସମୟରେ ଏହି ପଙ୍ଗପାଳ ଦଳ ଛତିଶଗଡ଼ର ବସ୍ତର ଆଡ଼କୁ ଅଗ୍ରସର ହେଉଥିବା ଜଣାଯାଇଛି ।

ଏହି ପଙ୍ଗପାଳ ଦଳ  ଜୁଲାଇ ୧୫ ଭିତରେ ଓଡ଼ିଶାରେ ପହଞ୍ଚିପାରନ୍ତି ବୋଲି ପୂର୍ବାନୁମାନ କରାଯାଉଛି। ମୁଖ୍ୟତଃ ପଶ୍ଚିମ ଓଡ଼ିଶାର ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, କଳହାଣ୍ଡି ଓ ନୂଆପଡ଼ା ଭଳି ଜିଲ୍ଲାରେ ଏମାନେ ଉପଦ୍ରବ କରି ପାରନ୍ତି ବୋଲି ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଅନୁମାନ କରିବା ପରେ ବଢିଛି ସତର୍କତା । ଏନେଇ ରାଜ୍ୟର ଚାଷୀଙ୍କ ଭିତରେ ସଚେତନ ସୃଷ୍ଟି କରିବା, ପ୍ରଦିଦିନ ସ୍ଥିତିର ଯାଞ୍ଚ ଓ ଆବଶ୍ୟକ କୀଟନାଶକ ମହଜୁଦ୍ ରଖିବାକୁ ରାଜ୍ୟ କୃଷି ବିଭାଗ ନିର୍ଦ୍ଦେଶ ଦେଇଛି।



from Odisha Reporter https://ift.tt/36ODdz7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages