ରାସ୍ତାରେ ଅଟକାଇଲେ, ଖଣ୍ଡାରେ ହାଣିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 1, 2020

ରାସ୍ତାରେ ଅଟକାଇଲେ, ଖଣ୍ଡାରେ ହାଣିଲେ

ପିପିଲି (ଦ୍ୱିତୀକୃଷ୍ଣ ପଟ୍ଟନାୟକ): ପୁରୀ ଜ଼ିଲ୍ଲା କଣାସ ଥାନା ଅନ୍ତର୍ଗତ ଛୋଟିଯୋଡି ଗାଁ ନିକଟରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରିଛନ୍ତି। ତାଙ୍କ ନାଁ ଅଭୟ ପାଟୁଆଳସିଂହ। ତାଙ୍କ ଘର ଛୋଟିଯୋଡି ଗାଁରେ। ଅଭୟଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଆଜି ସକାଳେ ଅଭୟ ମନ୍ଦାରବସ୍ତ ବଜ଼ାରରୁ ବାଇକ୍‌ ଯୋଗେ ଘରୁ ଫେରୁଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ଛୋଟିଯୋଡି ଗାଁ ନିକଟରେ ତାଙ୍କୁ ଅଟକାଇ ଖଣ୍ଡାରେ ଅକ୍ରମଣ କରିଥିଲେ। ଅଭୟ ଜୀବନ ବିକଳେ ନିଜ ଘରକୁ ଦୌଡ଼ି ପଳାଇ ଯାଇଥିଲେ। ଏହାପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।  ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।



from Odisha Reporter https://ift.tt/2TUz9rN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages