ହରିଦ୍ୱାର: ସାରା ବିଶ୍ୱ କରୋନାକୁ ମାତ ଦେବାକୁ ଔଷଧ କିମ୍ବା ଟିକା ବାହାର କରିବା ପାଇଁ ଚେଷ୍ଟା ଚଳାଇଥିବା ବେଳେ ଆଜି ପତଞ୍ଜଳୀ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛି। ପତଞ୍ଜଳୀ ଆୟୁର୍ବେଦିକ ମେଡିସନ ମହାମାରୀ କରୋନାକୁ ମାତ ଦେବାକୁ ଆଜି ଔଷଧ ବାହାର କରିବାରେ ସକ୍ଷମ ହୋଇଛି।
କରୋନିଲ ଓ ଶ୍ୱାସରି ନାମକ ଏହି ଆଣ୍ଟି କୋଭିଡ ଟ୍ୟାବଲେଟ କରୋନା ସହ ଲଢ଼େଇ କରିବା ସହ ମଣିଷ ଶରୀରରେ ଭାଇରସ ବ୍ୟାପିବାରେ ରୋକ ଲଗାଇବ। ୩ରୁ ୧୫ ଦିନ ମଧ୍ୟରେ ଏହି ଆୟୁର୍ବେଦ ଟ୍ୟାବଲେଟ ଜଣେ ବ୍ୟକ୍ତଙ୍କ ଶରୀରରୁ କରୋନାକୁ ଶେଷ କରିଦେବ।
ସେହିପରି ଏହି ମେଡିସିନ ଖାଇଲେ କାହାରି ବି କରୋନା ଯୋଗୁ ମୃତ୍ୟୁ ହେବନାହିଁ ବୋଲି ପତଞ୍ଜଳୀ ପକ୍ଷରୁ କୁହାଯାଇଛି। ପତଞ୍ଜଳୀ କହିଛି ଯେ ଟ୍ୟାବଲେଟ ଯୋଗୁ ୩ ଦିନରେ ୬୯% ଓ ୭ ଦିନରେ ୧୦୦% ରୋଗୀ ଠିକ ହୋଇଛନ୍ତି। ଯଦି ଏହି ଔଷଧ ଠିକ ଭାବେ କାମ କରେ, ତା’ହେଲେ ଆୟୁର୍ବେଦିକ କ୍ଷେତ୍ରରେ ଏହା ଏକ ବଡ଼ ଉପଲବ୍ଧି ଭାବେ ବିବେଚନା କରାଯିବ। ଏହି କରୋନା କିଟ୍ର ମୂଲ୍ୟ ୫୪୫ ଟଙ୍କା ରହିଛି। ଜଣେ ଏହାକୁ ୩୦ ଦିନ ଯାଏ ବ୍ୟବହାର କରିପାରିବେ।
ପତଞ୍ଜଳୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ହିଁ ଏହାକୁ ବାହାର କରିଛି। ସେହିପରି ରାଜସ୍ଥାନର ଜୟପୁର ସ୍ଥିତ ନିମ୍ସ ବିଶ୍ୱବିଦ୍ୟାଳୟରେ ଏହାର କ୍ଲିନିକାଲ ଟ୍ରାଏଲ କରାଯାଇଥିଲା। କ୍ଲିନିକାଲ ଟ୍ରାଏଲରେ ସଫଳତା ମିଳିବାରୁ ଆଜି ଏହାକୁ ଯୋଗ ଗୁରୁ ବାବା ରାମଦେବ ବଜାର ପ୍ରବେଶ ପାଇଁ ବିଧିବଦ୍ଧ ଭାବେ ଅନୁମତି ଦେଇଛନ୍ତି। ଔଷଧର ଲଚିଂ ପାଇଁ ହରିଦ୍ୱାର ଠାରେ ଥିବା ପତଞ୍ଜଳୀ ଯୋଗପୀଠରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ପତଞ୍ଜଳୀର ଏହି ଆଣ୍ଟି କୋଭିଡ-୧୯ ମେଡିସିନକୁ ଦିବ୍ୟ କରୋନିଲ ଟ୍ୟାବେଲଟ ଭାବେ ମଧ୍ୟ ନାମିତ କରାଯାଇଛି। ଏହାକୁ ତୁଳସୀ, ଅଶ୍ୱଗନ୍ଧା ଓ ଗୁଲୁଚିର ମିଶ୍ରଣରୁ ତିଆରି କରାଯାଇଛି। ଏହାକୁ ଦୈନିକ ୩ଥାର ସେବନ କରାଯାଇପାରିବ। ବ୍ରେକଫାଷ୍ଟ, ଲଞ୍ଚ ଓ ଡିନରର ୩୦ ମିନିଟ୍ ପରେ ଦୈନିକ ଗରମ ପାଣି ଦ୍ୱାରା ଏହାକୁ ଖାଇବାକୁ କୁହାଯାଇଛି। ଏହି ଔଷଧକୁ ୧୫ରୁ ୮୦ ବର୍ଷ ବୟସ୍କ ଲୋକମାନେ ସେବନ କରିପାରିବେ। ସେହିପରି ଛୋଟ ପିଲାମାନେ ହାଫ ଡୋଜ୍ ଔଷଧ ଖାଇପାରିବେ।
ଏହି ଔଷଧକୁ ତିଆରି କରିବା ପାଇଁ ପ୍ରାୟ ୫୦୦ ଜଣ ବୈଜ୍ଞାନିକ ଲାଗିଥିଲେ। ୨୮୨ ଜଣ କରୋନା ରୋଗୀଙ୍କୁ ଏହି ଔଷଧ ଦିଆଯାଇଥିଲା। ସେମାନେ ଏହାକୁ ଖାଇବାର ୫ରୁ ୧୪ ଦିନ ମଧ୍ୟରେ ଶତପ୍ରତିଶତ ସୁସ୍ଥ ହୋଇଥିଲେ ଏବଂ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା।
ଯୋଗ ଗୁରୁ ରାମଦେବ କହିଛନ୍ତି, ଏହି ଔଷଧକୁ ତିଆରି କରିବା ପାଇଁ କେବଳ ଭାରତର ଜିନିଷକୁ ହିଁ ବ୍ୟବହାର କରାଯାଇଛି। ଏଥିରେ ମୁଲେଥୀ କାଢ଼ା ସମେତ ଅନ୍ୟ ଜିନିଷକୁ ମିଶ୍ରଣ କରାଯାଇଛି। ଆସନ୍ତା ୭ ଦିନ ମଧ୍ୟରେ ଏହି ଆୟୁର୍ବେଦିକ ଔଷଧ ପତଞ୍ଜଳୀ ଷ୍ଟୋରରେ ମିଳିବ।
ସେହିପରି ଆସନ୍ତା ସୋମବାର ଗୋଟିଏ ଆପ ଲଞ୍ଚ କରାଯିବ ଓ ଲୋକଙ୍କ ଘରେ ମଧ୍ୟ ଏହା ପହଞ୍ଚାଯିବ। ଲୋକମାନେ ନିଜ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ପ୍ରତିଦିନ ଯୋଗ କରିପାରିବେ ବୋଲି ପତଞ୍ଜଳୀ କହିଛି।
ପତଞ୍ଜଳୀର ଆଚାର୍ଯ୍ୟ ବାଲକ୍ରିଷ୍ଣ କହିଛନ୍ତି, “ଆୟୁର୍ବେଦର ସାହାଯ୍ୟରେ ଆମେ କରୋନାକୁ ମାତ ଦେବା ଭଳି ଔଷଧ ତିଆରି କରିବାରେ ସକ୍ଷମ ହୋଇଛୁ। କରୋନା ଯେବେଠାରୁ ଆସିଲାଣି, ଆମେ ସେବେଠାରୁ ଏହାର ଔଷଧ ତିଆରି କରିବାରେ ଲାଗି ପଡ଼ିଥିଲୁ। ଏବେ ଆମର ପରିଶ୍ରମ ଶେଷରେ ସଫଳ ହୋଇଛି।
ଔଷଧ ଲଞ୍ଚ କରିବା ପୂର୍ବରୁ ଆମେ ଅନେକ କରୋନା ରୋଗୀଙ୍କ କ୍ଷେତ୍ରରେ ଏହାର କ୍ଲିନିକାଲ ଟ୍ରାଏଲ କରିଥିଲୁ। କରୋନା ରୋଗୀମାନେ ୫ରୁ ୧୪ ଦିନ ମଧ୍ୟରେ ଏହାକୁ ସେବନ କରିବା ପରେ ସୁସ୍ଥ ହେଉଛନ୍ତି। ଏହାକୁ ସେବନ କରୁଥିବା କରୋନା ରୋଗୀ କେହି ବି ପ୍ରାଣ ହରାଉ ନାହାନ୍ତି। କେବଳ ଔଷଧ ନୁହେଁ ଯୋଗ କରିବା ଦ୍ୱାରା ମଧ୍ୟ ଜଣେ କରୋନା ମହାମାରୀକୁ ମାତ ଦେଇପାରିବ।”
The post ପତଞ୍ଜଳୀ ବାହାର କଲା କରୋନା ଔଷଧ, ୩ରୁ ୧୫ ଦିନ ମଧ୍ୟରେ ସୁସ୍ଥ appeared first on Odisha Reporter.
from Odisha Reporter https://ift.tt/2YTv3lq
No comments:
Post a Comment