କଟକ ସହର ଓ ଭୁବନେଶ୍ୱରରୁ ଆଉ ୩ ଆକ୍ରାନ୍ତ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 23, 2020

କଟକ ସହର ଓ ଭୁବନେଶ୍ୱରରୁ ଆଉ ୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନୂଆ ଚିହ୍ନଟ ୧୬୭ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୮ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ  ରାଜଧାନୀ  ଭୁବନେଶ୍ୱରରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି କଟକ ଜିଲ୍ଲାରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ କଟକ ସହରର ବୋଲି ଜଣାଯାଇଛି।   

ଭୁବନେଶ୍ୱରରୁ ଚିହ୍ନଟ ୨ ଜଣଙ୍କ ମଧ୍ୟରୁ ଜଣେ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ  ଆଉ ଗୋଟିଏ ଲୋକାଲ କେସ୍ ବୋଲି ବିଏମ୍‌ସି ପକ୍ଷରୁ ଟ୍ୱିଟ କରାଯାଇଛି।

କ୍ୱାରେଣ୍ଟାଇନ୍‌ରେ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ଘର ଜୟଦେବ ବିହାରରେ ହୋଇଥିବା ବେଳେ ତାଙ୍କ ବୟସ ୩୯। ସେହିପରି ଲୋକାଲ କେସ୍ ଚିହ୍ନଟ ବ୍ୟକ୍ତିଙ୍କ ଘର  ୱାର୍ଡ ନଂ୨୬ ଶରନପାଲି ଅଞ୍ଚଳରେ ଓ ବୟସ ୩୦ ବର୍ଷ । ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସେହିପରି , କଟକର ଝାଞ୍ଜିରିମଙ୍ଗଳା ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଯୁବକ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୨୩ ବର୍ଷୀୟ ଯୁବକ ନିକଟରେ ଚେନ୍ନାଇରୁ ଫେରିଥିଲେ। ତେବେ ସେ କ୍ୱାରେଣ୍ଟାଇନ୍‌ରେ ଥିଲେ ନା ଘରେ ଥିଲେ ସେ ସମ୍ପର୍କରେ କିଛି ଉଲ୍ଲେଖ କରାଯାଇ ନାହିଁ।  ଏହାବ୍ୟତୀତ କଟକ ମହାନଦୀ ବିହାର ଅଞ୍ଚଳର ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

The post କଟକ ସହର ଓ ଭୁବନେଶ୍ୱରରୁ ଆଉ ୩ ଆକ୍ରାନ୍ତ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/3fQvOTj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages