କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ ବୋଲି ନେଲାନି ଆମ୍ବୁଲାନ୍ସ, ଆଖି ବୁଜିଲେ ପ୍ରବାସୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 3, 2020

କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ ବୋଲି ନେଲାନି ଆମ୍ବୁଲାନ୍ସ, ଆଖି ବୁଜିଲେ ପ୍ରବାସୀ

ସୋର(ଶଶିକାନ୍ତ ବେହେରା):  କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବାରୁ ଅସୁସ୍ଥତା ଅନୁଭବ କରୁଥିବା ପ୍ରବାସୀଙ୍କୁ ଡାକ୍ତରଖାନା ନେବାକୁ ମନା କରିଦେଲା ଆମ୍ବୁଲାନ୍ସ। ସ୍ଥାନୀୟ ଅଧିକାରୀ ବି କିଛି ମୁଣ୍ଡ ଖେଳାଇଲେ ନାହିଁ। ଶେଷରେ ଯନ୍ତ୍ରଣାରେ ଛଟପଟ ହେଉଥିବା ପ୍ରବାସୀଙ୍କୁ ବାଇକ୍‌ ଯୋଗେ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ଖଇରା ଥାନା ଜଳଦାରେ ଘଟିଯାଇଛି।

ଖଇରା ଥାନା ଜଳଦା ଗ୍ରାମର ଗୋବିନ୍ଦ ମଳିକଙ୍କ ପୁଅ ବିପିନ ବିହାରି ମଳିକ ମୁମ୍ବାଇରେ ଗତ କିଛି ବର୍ଷ ଧରି କାମ କରୁଥିଲେ । ଗତ ୨୭ତାରିଖରେ ବିପିନ ତାଙ୍କ ବଡ ଭାଇଙ୍କ ସହିତ ମୁମ୍ବାଇରୁ ଫେରି ୨୯ ତାରିଖରେ ଭଦ୍ରକରେ ପହଞ୍ଚିବା ପରେ ଭଦ୍ରକ ଷ୍ଟେସନରୁ ସିଧା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ ।

ଗତ କାଲି ରାତିରେ ସେ ଅସୁସ୍ଥତା ଅନୁଭବ କରିଥିଲେ। ଏହାପରେ ତାଙ୍କ ବଡ଼ ଭାଇ ୧୦୮ ଓ ୧୦୪କୁ ଯୋଗାଯୋଗ କରିବାରୁ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ରୋଗୀ ଆଣିବାକୁ ସେମାନେ ମନା କରିଦେଇଥିଲେ । ଏହାପରେ ତାଙ୍କ ବଡ଼ ଭାଇ ଏକ ବାଇକ୍‌ ଯୋଗେ ବିପିନଙ୍କୁ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ସୋର ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ଚିକିତ୍ସା କରୁଥିବା ବେଳେ ବିପିନଙ୍କ ମୃତ୍ୟୁ ହୋଇ ଯାଇଥିଲା ।



from Odisha Reporter https://ift.tt/3eL0mFx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages