ଜୁନ୍ ୪‌, ଗୁରୁବାର: ଶରୀରରେ ଆଘାତ ଲାଗିପାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 3, 2020

ଜୁନ୍ ୪‌, ଗୁରୁବାର: ଶରୀରରେ ଆଘାତ ଲାଗିପାରେ

ମେଷ: ପରିବାରରେ ହସ ଓ ଖୁସିର ପରିବେଶ ରହିବ। କୌଣସି ସାଙ୍ଗଠନିକ କାର୍ଯ୍ୟର ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଛାତ୍ରଛାତ୍ରୀମାନେ ବିଦ୍ୟା କ୍ଷେତ୍ରରେ ସୁଖ୍ୟାତି  ଅର୍ଜନ କରିବେ।

ବୃଷ: କୌଶଳ ପ୍ରୟୋଗ କରି ବିବାଦର ସରଳ ସମାଧାନ କରିବେ। ଦୀର୍ଘଦିନର ଆଶା ପୂରଣ ହେବ।

ମିଥୁନ: ସ୍ୱାଦିଷ୍ଟ ଭୋଜନ ଖାଇପାରନ୍ତି। ମାନ- ସମ୍ମାନ ମିଳିବ। ଶରୀର ସୁସ୍ଥ ରହିବ। ନିଜ ମନ ମୁତବାକ କାର୍ଯ୍ୟ କରିବେ।

କର୍କଟ: ଭୁଲ ବୁଝାମଣାକୁ ନେଇ  ଦାମ୍ପତ୍ୟ ଜୀବନରେ ଝଡଝଞ୍ଜା ଦେଖାଦେବ। ଜମିଜମା ସଂକ୍ରାନ୍ତୀୟ ମାଲିମକଦ୍ଦମାରେ ଜଡ଼ିତ ହୋଇପାରନ୍ତି। ପ୍ରତ୍ୟେକଟି କାର୍ଯ୍ୟରେ ବାଧାବିଘ୍ନ ଦେଖାଦେବ।

ସିଂହ: ଶରୀର ସୁସ୍ଥ  ଓ ମନ ପ୍ରଫୁଲ୍ଲ ରହିବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରି ସେଥିରେ ସଫଳତା ପାଇବେ। କାର୍ଯ୍ୟ କ୍ଷେତ୍ରରେ ନୂତନ ଦାୟିତ୍ୱ ଗ୍ରହଣ କରିପାରନ୍ତି।

କନ୍ୟା: କୌଣସି ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇପାରନ୍ତି। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା: ବହୁ ପୁରାତନ ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ନିଜ ଜୀବନ ସାଥୀର ପ୍ରେରଣା ପାଇ  ଅନେକାଂଶରେ ଉପକୃତ ହେବେ। ବସ୍ତ୍ର ଆଭୂଷଣ ଜାତୀୟ ବ୍ୟବସାୟରେ ଅଧିକ ଲାଭବାନ ହେବେ।

ବିଛା: ପୈତୃକ  ସଂପତ୍ତିକୁ ନେଇ ଭାତୃବିବାଦ ଦେଖାଦେବ। କର୍ମକ୍ଷେତ୍ରରେ ଉତ୍ତେଜନା ବାଦ-ବିବାଦ ଦେଖାଦେବ।

ଧନୁ:  ନିଜର ବୁଦ୍ଧି ବିବେକ ପ୍ରୟୋଗ କରି ସମସ୍ତ କାର୍ଯ୍ୟ ସାଧାନ କରିବେ। କୌଣସି ନୂତନ ଦ୍ରବ୍ୟ ଗୃହକୁ କ୍ରୟ କରି ଆଣିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମକର:  ଗପ୍ତଶତ୍ରୁମାନେ ପରାଜିତ ହେବେ। ଜନକଲ୍ୟାଣ  ମୂଳକ କାମ କରି ସମାଜରେ ପ୍ରଶଂସିତ ହେବେ। ପରିଶ୍ରମ ତୁଳନାରେ ପାରିଶ୍ରମିକ ଅଧିକ ପାଇବେ।

କୁମ୍ଭ: ନିଜ ମନ ମୁତବାକ କାର୍ଯ୍ୟ କରି ଆନନ୍ଦ ଲାଭ କରିବେ। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ବିଶ୍ୱାସ ଭାଜନ ହେବେ। ମହିଳାମାନେ ଜଗିରଖି ଚଳିବା ଉଚିତ। ଶରୀରରେ ଆଘାତ ଲାଗିପାରେ।

ମୀନ: ପ୍ରତ୍ୟେକଟି କାର୍ଯ୍ୟରେ ସ୍ଥିରତା ଅବଲମ୍ବନ କରନ୍ତୁ। ଘରୋଇ କଳହକୁ ନେଇ  ମନରେ  ଅଶାନ୍ତି ଅସନ୍ତୋଷ ଦେଖାଦେବ। ନିଜର ଲୋକେ ବିରୁଦ୍ଧାଚରଣ କରିବେ



from Odisha Reporter https://ift.tt/36WSaPG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages