ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ଥିବା ପ୍ରାଇଭେଟ ହସ୍ପିଟାଲ ମାନୁନାହାନ୍ତି ସରକାରଙ୍କ କୋଭିଡ କଟକଣା। ଫଳରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨ ଦିନ ପୂର୍ବେ ଏକ ପ୍ରାଇଭେଟ ହସ୍ପିଟାଲରୁ ୨୭ ଆକ୍ରାନ୍ତ ଚିହ୍ନଟ ହେବା ପରେ ଗତକାଲି ମଧ୍ୟ ପ୍ରାଇଭେଟ ସମେତ ସରକାରୀ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି ଆକ୍ରାନ୍ତ । ଏହା ଉପରେ ରୋକ ଲଗାଇବାକୁ ଆଜିଠାରୁ ୩ ଜଣିଆ ଟିମ୍ ଅଚାନକ ବିଭିନ୍ନ ହସ୍ପିଟାଲ ସମେତ ନର୍ସିଂହୋମ ପରିଦର୍ଶନ କରି ଗାଇଡଲାଇନ ପାଳନ ହେଉଛି କି ନାହିଁ ଯାଞ୍ଚ କରିବେ।
ଘରୋଇ ହସ୍ପିଟାଲ କର୍ମଚାରୀ କରୋନାରେ ସଂକ୍ରମିତ ଘଟଣା ସାମ୍ନାକୁ ଆସିବା ପରେ DMET ପକ୍ଷରୁ ସମସ୍ତ ହସ୍ପିଟାଲ ପାଇଁ ଏକ ଗାଇଡଲାଇନ୍ ଜାରି ହୋଇଥିଲା। ଏହାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ । DMETଙ୍କ କରୋନା ଗାଇଡଲାଇନ୍ ନର୍ସିଂହୋମ ପାଇଁ ମଧ୍ୟ ଲାଗୁ ହେବ ।
ଘରୋଇ ହସ୍ପିଟାଲରେ ଏହି ଗାଇଡଲାଇନ ପାଳନ କରାଯାଉଛି କି ନାହିଁ ତାକୁ ଯାଞ୍ଚ କରିବ ୩ ଜଣିଆ ଟିମ୍ । ଏହି ଟିମ୍ ସଦସ୍ୟ ବିଭିନ୍ନ ହସ୍ପିଟାଲ ଗସ୍ତ କରି ଯାଞ୍ଚକୁ କଡ଼ାକଡ଼ି କରିବେ। ଏହି ଟିମ୍ରେ ଜଣେ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍, ଜଣେ ପୁଲିସ୍ ଅଧିକାରୀ ଓ ଜଣେ ଡାକ୍ତର ରହିବେ।
ଇନ୍ଫେକସନ୍ କଣ୍ଟ୍ରୋଲ ପ୍ରୋଟୋକଲ୍ ମାନୁନଥିବାରୁ ପୂର୍ବ ଚିଠିରେ ତାଗିଦ କରିଥିଲେ ଡିଏମ୍ଇଟି । ଏହି ଗାଇଡଲାଇନ୍ ଅନୁସାରେ, ସମସ୍ତ ଘରୋଇ ହସ୍ପିଟାଲ ନିଜ କର୍ମଚାରୀଙ୍କୁ ଇନ୍ଫେକସନ୍ କଣ୍ଟ୍ରୋଲ ପ୍ରୋଟୋକଲ୍ ସଂପର୍କରେ ପ୍ରଶିକ୍ଷଣ ଦେଇଥିବା ୭ ଦିନରେ ଜଣାଇବେ । ଏଥିସହ ପ୍ରକୃତରେ ହସ୍ପିଟାଲରେ ପ୍ରୋଟୋକଲ୍ ଠିକ୍ ଭାବେ ପାଳନ ହେଉଛି କି ନାହିଁ ତାହାକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ।
The post ପ୍ରାଇଭେଟ ହସ୍ପିଟାଲ ମାନୁନାହାନ୍ତି କୋଭିଡ କଟକଣା; ଆଜିଠୁ ଅଚାନକ ଯାଞ୍ଚ appeared first on Odisha Reporter.
from Odisha Reporter https://ift.tt/3eB6hgK
No comments:
Post a Comment