ଶେଷଥର ପାଇଁ କେଉଁ ବିଷୟରେ ସୁଶାନ୍ତଙ୍କ ସହିତ କଥା ହୋଇଥିଲେ ତାଙ୍କ ବାପା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 25, 2020

ଶେଷଥର ପାଇଁ କେଉଁ ବିଷୟରେ ସୁଶାନ୍ତଙ୍କ ସହିତ କଥା ହୋଇଥିଲେ ତାଙ୍କ ବାପା?

ମୁମ୍ବାଇ: ୨୦୨୧ରେ ବିବାହ କରିଥା’ନ୍ତେ ସୁଶାନ୍ତ ସିଂହ ରାଜପୁତ। ତାଙ୍କ ବାପା କେ.କେ ସିଂହ ଏକଥା କହିଛନ୍ତି। ଏକ ୱେବ୍‌ସାଇଟ୍‌କୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ ଶେଷଥର ପାଇଁ ସୁଶାନ୍ତଙ୍କ ସହିତ ବାହାଘର ବିଷୟରେ ତାଙ୍କର କଥାବାର୍ତ୍ତା ହୋଇଥିଲା। ସେ କହିଥିଲା, ଏବେ କରୋନା ହେତୁ ବାହାଘର ସମ୍ଭବ ନୁହେଁ। ପୁଣି ଆଗକୁ ଏକ ଫିଲ୍ମ ମଧ୍ୟ ଆସିବାର ଅଛି। ଏଣୁ ଯାହା ହେବ ଆସନ୍ତା ବର୍ଷ ଫେବ୍ରୁଆରୀ କିମ୍ବା ମାର୍ଚ୍ଚ ମାସରେ। କିନ୍ତୁ ସେ କାହାକୁ ବାହା ହେବାକୁ ଚାହୁଁଥିଲେ, ସେ ବିଷୟରେ କିଛି କହି ନଥିଲା। ଛୁଆ ବେଳେ ସୁଶାନ୍ତ ସବୁ କଥା ଖୋଲି କହୁଥିଲା। କିନ୍ତୁ ଏଇ କିଛି ବର୍ଷ ହେବ ଏକା ରହୁଥିଲା ଓ ଭାରି ଶାନ୍ତ ରହୁଥିଲା।

କେ.କେ ସିଂହ କହିଛନ୍ତି ଯେ ସେ ଅଙ୍କିତା ଲୋଖଣ୍ଡେଙ୍କୁ ଜାଣିଛନ୍ତି। ସେ ତାଙ୍କୁ ମୁମ୍ବାଇରେ ସାକ୍ଷାତ କରିଥିଲେ। ଏପରିକି ତାଙ୍କୁ ଭେଟିବାକୁ ଅଙ୍କିତା ପାଟନା ମଧ୍ୟ ଆସିଥିଲେ। କୃତି ସେନନଙ୍କୁ ମଧ୍ୟ ସେ ଭେଟିଛନ୍ତି। ସୁଶାନ୍ତର ଶେଷକୃତ୍ୟ ବେଳେ ସେ ତାଙ୍କୁ ଦେଖା କରିଥିଲେ। ତେବେ ରିଆ ଚକ୍ରବର୍ତ୍ତୀଙ୍କ ସଂପର୍କରେ ସେ କିଛି ଜାଣି ନଥିବା କହିଛନ୍ତି। ସେହିପରି ସୁଶାନ୍ତ ଯେଉଁ ଝିଅକୁ ବାହା ହୋଇଥିଲେ ବି ସେ ଗ୍ରହଣ କରିଥା’ନ୍ତେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଘରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ସୁଶାନ୍ତ ସିଂହ ରାଜପୁତ। ଆତ୍ମହତ୍ୟା ସଠିକ୍ କାରଣ ଏବେସୁଦ୍ଧା ଜଣାପଡ଼ି ନଥିଲେ ବି ଡିପ୍ରେସନ୍ ଯୋଗୁ ସେ ଏପରି କରିଥିବା ଜଣାପଡ଼ିଛି। ତେବେ ସେ କେଉଁ କାରଣରୁ ଡିପ୍ରେସନ୍‌ର ଶିକାର ହୋଇଥିଲେ, ତାହା ସ୍ପଷ୍ଟ ହୋଇ ନାହିଁ।

(ସୌଜନ୍ୟ- ନବଭାରତ ଟାଇମ୍ସ)

The post ଶେଷଥର ପାଇଁ କେଉଁ ବିଷୟରେ ସୁଶାନ୍ତଙ୍କ ସହିତ କଥା ହୋଇଥିଲେ ତାଙ୍କ ବାପା? appeared first on Odisha Reporter.



from Odisha Reporter https://ift.tt/2A8XWC2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages