ନିଲମ୍ବନ ପରେ ବହିଷ୍କୃତ ହେଲେ ବୀରମିତ୍ରପୁର ଆଇଆଇସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 30, 2020

ନିଲମ୍ବନ ପରେ ବହିଷ୍କୃତ ହେଲେ ବୀରମିତ୍ରପୁର ଆଇଆଇସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ରାଇବଗା ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ପୂର୍ବରୁ ନିଲମ୍ବିତ ହୋଇଥିବା ବୀରମିତ୍ରପୁର ଆଇଆଇସିଙ୍କୁ ବହିଷ୍କାର କରାଯାଇଛି। ଏନେଇ ଟ୍ୱିଟ କରି ଜଣାଇଲେ ଡିଜିପି ଅଭୟ । ସମ୍ପୃକ୍ତ ପୁଲିସ୍‌ ଅଧିକାରୀଙ୍କ ଆଚରଣକୁ ଲଜ୍ଜାଜନକ ବୋଲି କହିବା ସହ  ନାବାଳିକାଙ୍କ ନିକଟରେ ଆମେ କ୍ଷମାପ୍ରାର୍ଥନା କରୁଛୁ ବୋଲି କହିଛନ୍ତି ଡିଜିପି।


ସୂଚନାଥାଉ କି, ଏହି ଘଟଣାରେ ବୀରମିତ୍ରପୁର ଥାନା ଆଇଆଇସି ଓ ଡାକ୍ତରଙ୍କ ସମେତ ୬ ଜଣଙ୍କ ନାଁରେ  ସୁନ୍ଦରଗଡ଼ ଡିସିପିଓ ରାଏବଗା ଥାନାରେ ଏତଲା ଦେଇଛନ୍ତି। ନିଲମ୍ବିତ ଆଇଆଇସି ଫେରାର ହୋଇଯାଇଥିବା ବେଳେ ତାଙ୍କୁ  ପୁଲିସ୍‌ ଧରିବାରେ ସକ୍ଷମ ହୋଇ ନାହିଁ। ଅପରପକ୍ଷେ ଏହି ଘଟଣାରେ ଜଡ଼ିତ ଜଣେ ଡାକ୍ତରଙ୍କ ସମେତ ଅନ୍ୟ ୫ ଜଣଙ୍କୁ ମଧ୍ୟ ଏ ପର୍ଯ୍ୟନ୍ତ  ପୁଲିସ୍ ଧରିପାରି ନାହିଁ।

ଏହା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏହାର  ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି। ଘଟଣାର ତଦନ୍ତ ନିମନ୍ତେ ଗତକାଲି ଜଣେ ମହିଳା ଡିଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍ ସମେତ  କ୍ରାଇମବ୍ରାଞ୍ଚ ଏସ୍‌ପି ମଧ୍ୟ ସୁନ୍ଦରଗଡ଼ ଗସ୍ତ କରିଥିଲେ। ଅପରପକ୍ଷେ ଏହି ଘଟଣାକୁ ନେଇ ବିରୋଧି ଭାଜପା ଗର୍ଜିଛି। ପୀଡ଼ିତାଙ୍କୁ ନ୍ୟାୟ ଓ କ୍ଷତିପୂରଣ ନମିଳିବା ପର୍ଯ୍ୟନ୍ତ ବିଜେପି ଲଢ଼େଇ ଜାରି ରଖିବ ବୋଲି କହିଛି। ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ତୁରନ୍ତ ଏକ ଏସଆଇଟି ଗଠନ କରନ୍ତୁ ବୋଲି ବିଜେପି ଦାବି କରିଛି।

The post ନିଲମ୍ବନ ପରେ ବହିଷ୍କୃତ ହେଲେ ବୀରମିତ୍ରପୁର ଆଇଆଇସି appeared first on Odisha Reporter.



from Odisha Reporter https://ift.tt/3gcijNY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages