ଶ୍ରୀନଗର: ଜମ୍ମୁ କଶ୍ମୀରର ସୋପୋରରେ ଏକ ସିଆରପିଏଫ ପାଟ୍ରୋଲିଂ ଟିମ୍ ଉପରକୁ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ଆଉ ଜଣେ ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଛି। ତିନି ସିଆରପିଏଫ ଯବାନ ଆହତ ଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ରହିଛି। ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ତିନି ବର୍ଷର ଛୋଟ ଛୁଆ ଦେହରେ ଗୁଳି ବାଜିଥାନ୍ତା। ହେଲେ ପାଖରେ ଉପସ୍ଥିତ ଥିବା ପୁଲିସ ଅଧିକାରୀ ଛୋଟ ଛୁଆଟିକୁ ଗୁଳି ମାଡ଼ରୁ ଉଦ୍ଧାର କରିଛନ୍ତି।
Police rescued a 3-year-old boy from getting hit by bullets during the terrorist attack in Sopore: Jammu & Kashmir Police https://t.co/T5hGdXkRAs pic.twitter.com/JaoSjrzsOD
— ANI (@ANI) July 1, 2020
ବରୁମୁଲା ଜିଲ୍ଲାର ସୋପୋର ସହରରେ ସକାଳ ୭ଟା ୩୦ରେ ଆତଙ୍କବାଦୀ ଆକ୍ରମଣ କରିଥିବା ସୂଚନା ରହିଛି। ପାଟ୍ରୋଲିଂ ଟିମରେ ଉଭୟ ସିଆରପିଏଫ ଓ ପୁଲିସ କର୍ମଚାରୀ ଉପସ୍ଥିତ ଥିବା ଜଣାପଡ଼ିଛି।
J&K: A Central Reserve Police Force (CRPF) jawan & a civilian lost their lives, & 3 CRPF personnel injured after terrorists fired upon a CRPF patrolling party in Sopore, today. According to CRPF, 2 of the injured CRPF jawans are critical. (visuals deferred by unspecified time) pic.twitter.com/dLHapPsSJa
— ANI (@ANI) July 1, 2020
The post ସିଆରପିଏଫ ପାଟ୍ରୋଲିଂ ଟିମ୍ ଉପରେ ଆତଙ୍କବାଦୀ ଆକ୍ରମଣ appeared first on Odisha Reporter.
from Odisha Reporter https://ift.tt/3g9FV5G
No comments:
Post a Comment