ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ବେଆଇନ୍ ପିସ୍ତଲ ରଖିବା ଅଭିଯୋଗରେ ରାଉରକେଲା ସେକ୍ଟର ୩ ଥାନା ପୁଲିସ୍ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତଙ୍କ ନାଁ ରାଜୁ ସିଂ ଓରଫ ରାଜେଶ ସିଂ। ସେ ବଜରଙ୍ଗ ଦଳର ଜଣେ ସକ୍ରିୟ ନେତା।
ଗତ ୨୦ ତାରିଖରେ ପୁଲିସ୍ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ରାଜୁ ସିଂଙ୍କ ୩ ନମ୍ବର ସେକ୍ଟର ସ୍ଥିତ ରାମ ମନ୍ଦିର ନିକଟରେ ଥିବା ତାଙ୍କ ଅଫିସ୍ରେ ଚଢ଼ଉ କରିଥିଲା। ଆଉ ତାଙ୍କ ନିକଟରୁ ଏକ ଦେଶୀ ପିସ୍ତଲ ଜବତ କରି ତାଙ୍କୁ ଗିରଫ କରିଥିଲା। ଗତକାଲି ପୁଲିସ୍ ତାଙ୍କୁ କୋର୍ଟଚାଲାଣ କରିଛି। ରାଜୁ ସିଂ ନିର୍ଦ୍ଦୋଷ ବୋଲି ଦର୍ଶାଇ ଗତକାଲି ଉଦିତନଗର ଥାନା ସମ୍ମୁଖରେ ବଜରଙ୍ଗ ଦଳର ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
from Odisha Reporter https://ift.tt/2NhX011
No comments:
Post a Comment