ପୁଲିସ୍ ଆଖିରେ ଧୂଳି ଦେଇ ଭ୍ୟାନ୍‌ରେ ନେଉଥିଲେ, କିନ୍ତୁ ଧରାପଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 21, 2020

ପୁଲିସ୍ ଆଖିରେ ଧୂଳି ଦେଇ ଭ୍ୟାନ୍‌ରେ ନେଉଥିଲେ, କିନ୍ତୁ ଧରାପଡ଼ିଲେ

ବୌଦ୍ଧ(ଭାର୍ଜନ ପ୍ରଧାନ): ନିଶା ବ୍ୟବସାୟୀମାନେ ପୁଲିସ୍ ଆଖିରେ ଧୂଳି ଦେବା ପାଇଁ ସବୁବେଳେ ନୂଆ ତରିକା ଆପଣାଉଛନ୍ତି। କେତେବେଳେ ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ କରୁଛନ୍ତି ତ କେତେବେଳେ ଯାତ୍ରୀ ପରିବହନ ଗାଡ଼ିରେ ଗଞ୍ଜେଇ ନେଉଛନ୍ତି। ଏପରି ସମାନ ଅଭିଯୋଗ ଆସିଛି ବୌନ୍ଧ ଜିଲ୍ଲାରୁ।

ଜିଲ୍ଲାର ବ୍ରିଜ୍ ଛକରୁ ପୁଲିସ୍ ଏକ ମାରୁତି ଭ୍ୟାନ୍‌ ଉପରେ ଚଢ଼ଉ କରି ୧୦୦ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୁଲିସ୍‌ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୋଳ ଜିଲ୍ଲା ଟାଉନ ଥାନା ଅଞ୍ଚଳର ବେଣୁଧର ସାହୁ (୨୮) ଓ ମନୋଜ ମହାପାତ୍ର (୨୦)।

ଗତକାଲି ବିଳମ୍ବିତ ରାତିରେ ବଘିଆପଡ଼ା ଅଞ୍ଚଳରୁ ବେଣୁଧର ଓ ମନୋଜ ମାରୁତି ଭ୍ୟାନରେ ଗଞ୍ଜେଇ ନେଇ ରେଢ଼ାଖୋଲ ଅଭିମୁଖେ ଯାଉଥିଲେ।  ପୁଲିସ୍ କୌଣସି ସୂତ୍ରରୁ ଖବର ପାଇ ବିଜ୍ର ଛକଠାରେ ଗାଡ଼ିକୁ ଅଟକାଇଥିଲା। ଏହାପରେ ଯାଞ୍ଚ ସମୟରେ  ସେଥିରୁ ୧୦୦ କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ‌ ଗିରଫ କରିଛି ପୁଲିସ୍। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କ ସମ୍ପର୍କରେ ତନାଘନା ଚଳାଇଛି ପୁଲିସ୍‌।



from Odisha Reporter https://ift.tt/3fKJEGH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages