ଖୋଲିଲା ଅମିତାଭଙ୍କ ବାହାଘର ପଛର ଏକ ସିକ୍ରେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 3, 2020

ଖୋଲିଲା ଅମିତାଭଙ୍କ ବାହାଘର ପଛର ଏକ ସିକ୍ରେଟ୍‌

ମୁମ୍ବାଇ: ୪୭ ବର୍ଷ ତଳେ ଅର୍ଥାତ୍ ୧୯୭୩ ମସିହାରେ ଆଜିର ଦିନରେ (ଜୁନ୍‌ ୩ରେ) ବାହା ହୋଇଥିଲେ ଅମିତାଭ ବଚ୍ଚନ। ଅଭିନେତ୍ରୀ ଜୟା ଭାଦୁରୀଙ୍କୁ ସେ ଜୀବନସାଥୀ ଭାବେ ଗ୍ରହଣ କରିଥିଲେ। ବାହାଘରର ୪୭ ବର୍ଷ ଉପଲକ୍ଷେ ବିଗ୍‌ ବି’ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ କିଛି ଫଟୋ ପୋଷ୍ଟ କରିବା ସହିତ ଏକ ସିକ୍ରେଟ୍ ଶେଆର କରିଛନ୍ତି। ଏହି ସିକ୍ରେଟ୍‌ ତାଙ୍କ ବାହାଘରକୁ ନେଇ।

ଆପଣମାନେ ତ ଜାଣିଥିବେ ତାଙ୍କର ସୁପରହିଟ୍ ଫିଲ୍ମ ‘ଜଞ୍ଜିର’ ୧୯୭୩ରେ ରିଲିଜ୍ ହୋଇଥିଲା। ତେବେ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଅମିତାଭ ଯୋଜନା କରିଥିଲେ ଯେ ଯଦି ଫିଲ୍ମଟି ହିଟ୍ ହେବ, ତା’ହେଲେ କିଛି ବନ୍ଧୁଙ୍କ ସହିତ ଲଣ୍ଡନ ବୁଲିବାକୁ ଯିବେ। ଏ ଯୋଜନା ସଂପର୍କରେ ସେ ତାଙ୍କ ବାପା ହରିବଂଶ ରାୟବଚ୍ଚନଙ୍କୁ ଜଣାଇଥିଲେ। ଆଉ ତାଙ୍କ ବାପା କ’ଣ କହିଥିଲେ, ସେ ବିଷୟରେ ବିଗ୍ ବି ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଲେଖିଛନ୍ତି।

ଅମିତାଭ ଲେଖିଛନ୍ତି ଯେ ତାଙ୍କ ବାପା ଲଣ୍ଡନ ବୁଲିଯିବା କଥା ଶୁଣି ତାଙ୍କ ସହିତ କିଏ କିଏ ଯିବେ ବୋଲି ଜାଣିବାକୁ ଚାହିଁଥିଲେ। ଆଉ ସେ ଜୟାଙ୍କ ନାଁ କହିବା ପରେ ତାଙ୍କ ବାପା କହିଥିଲେ ଯେ ସେଥିପାଇଁ ତାଙ୍କୁ ପ୍ରଥମେ ବାହା ହେବାକୁ ପଡ଼ିବ। ନହେଲେ ସେମାନେ ସାଙ୍ଗ ହୋଇ ଲଣ୍ଡନ ଯାଇପାରିବେନି। ଆଉ ଏହା ପରେ ଅମିତାଭ ତାଙ୍କ ବାପାଙ୍କ କଥା ମାନି ଜୟାଙ୍କୁ ବାହା ହୋଇଥିଲେ।

ସୂଚନାଯୋଗ୍ୟ, ଅମିତାଭ ଓ ଜୟା ‘ଜଞ୍ଜିର’, ‘ଅଭିମାନ’, ‘ଚୁପ୍‌କେ ଚୁପ୍‌କେ’, ‘ମିଲି’ ଓ ‘ଶୋଲେ’ ଭଳି ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି।



from Odisha Reporter https://ift.tt/2XT3UyQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages