ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିରନ୍ତର ଭାବରେ ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ୮୯୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷରୁ ଅଧିକ ହୋଇଛି। ବୁଧବାର ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଏଯାବତ ୨,୦୭,୬୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ୧,୦୧,୪୯୭ ଚିକିତ୍ସାଧୀନ ରହିଥିବାବେଳେ ମୋଟ୍ ୧,୦୦,୩୦୩ ଜଣ ଆରୋଗ୍ୟ ହୋଇଥିବା ସୂଚନା ରହିଛି। ସେହିଭଳି ଏଯାବତ କରୋନାରେ ୫୮୧୫ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ କରୋନା ପରୀକ୍ଷା ସଂଖ୍ୟା ପୂର୍ବ ଅପେକ୍ଷା ବଢ଼ିଛି। ଏବେ ୧୨୦,୦୦୦ ପରୀକ୍ଷା ପ୍ରତିଦିନ ହେଉଛି ବୋଲି ସେ କହିଛନ୍ତି। ଆଇସିଏମଆର ଅଧିକାରୀ ନିବେଦିତା ଗୁପ୍ତା କହିଛନ୍ତି, ଆମେରିକା ଓ ଅନ୍ୟାନ୍ୟ ଦେଶରେ ଯେଉଁଭଳି ଭାବରେ କରୋନା ମାରାତ୍ମକ ହୋଇଛି ସେଭଳି ଭାରତରେ ହେବନାହିଁ। ମହାମାରୀକୁ ରୋକିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ଅନ୍ୟ ଦେଶ ତୁଳନାରେ ଆମେ ଭଲ ସ୍ଥିତିରେ ରହିଛୁ। ସେହିପରି ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ମୃତ୍ୟୁ ହାର ବହୁତ୍ କମ୍।
from Odisha Reporter https://ift.tt/2AvFcwr
No comments:
Post a Comment