ମହିଳାଙ୍କ ପ୍ରଥମ ସ୍ୱାମୀର ତୀର ମାଡ଼ରେ ଦ୍ୱିତୀୟ ସ୍ୱାମୀଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 6, 2020

ମହିଳାଙ୍କ ପ୍ରଥମ ସ୍ୱାମୀର ତୀର ମାଡ଼ରେ ଦ୍ୱିତୀୟ ସ୍ୱାମୀଙ୍କ ମୃତ୍ୟୁ

ତେଲକୋଇ (ଚିନ୍ମୟ କୁମାର ସାହୁ): ମହିଳାଙ୍କ ପ୍ରଥମ ସ୍ୱାମୀର ତୀର ମାଡ଼ରେ ଦ୍ୱିତୀୟ ସ୍ୱାମୀର ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଗାଁରେ। ଅଭିଯୁକ୍ତର ନାଁ ଶଙ୍କରା ମୁଣ୍ଡା।

ସୂଚନା ଅନୁସାରେ, ଲକ୍ଷ୍ମୀନାରାୟଣପୁର ଗାଁର ଶଙ୍କରା ମୁଣ୍ଡାର ସ୍ତ୍ରୀଙ୍କର ସେହି ଗାଁର ଜଣେ ଯୁବକଙ୍କ ସହିତ ସଂପର୍କ ଗଢ଼ି ଉଠିଥିଲା। ୧୫ ଦିନ ତଳେ ସେ ସେହି ଯୁବକଙ୍କ ଘରକୁ ପଳାଇଥିଲେ। ଏହାପରେ ଗାଁରେ ମୁଣ୍ଡା ସମାଜ ଏକ ବୈଠକ ବସିଥିଲା। ଏଥିରେ ସେ ଦୁହିଁଙ୍କୁ ବାହା କରି ଦିଆଯାଇଥିଲା। ଏହା ପରେ ଦୁହେଁ ସ୍ୱାମୀ-ସ୍ତ୍ରୀ ହୋଇ ଏକାଠି ରହିଥିଲେ।

ଏହି ଘଟଣାକୁ ନେଇ ସ୍ତ୍ରୀର ଦ୍ୱିତୀୟ ସ୍ୱାମୀଙ୍କ ଉପରେ ଶଙ୍କରାଙ୍କ ରାଗ ଥିଲା। ଉକ୍ତ ଯୁବକ ଜଣଙ୍କ ଶଙ୍କରାର ଭଣଜାଙ୍କ ସହିତ କାମ କରୁଥିଲେ। ତା’ ଭଣଜା ଟ୍ରାକ୍ଟର ଚଳାନ୍ତି ଓ ଉକ୍ତ ଯୁବକ ତାଙ୍କ ସହିତ ଟ୍ରାକ୍ଟରରେ ଯାଇ ବିଭିନ୍ନ କାମ କରୁଥିଲେ। ଶଙ୍କରାଙ୍କ ଘରେ ହିଁ ତାଙ୍କ ଭଣଜା ରହନ୍ତି। ଗତକାଲି ସନ୍ଧ୍ୟାରେ ଯେତେବେଳେ ଭଣଜା ସହିତ ଉକ୍ତ ଯୁବକ ଟ୍ରାକ୍ଟରରେ ଆସି ତାଙ୍କ ଘରେ ପହଞ୍ଚିଲେ ଶଙ୍କରା ରାଗି ଯାଇଥିଲେ। ସେ ଉକ୍ତ ଯୁବକଙ୍କ ଉପରକୁ ଧନୁତୀରରେ ଆକ୍ରମଣ କରିଥିଲା। ତୀରଟି ତାଙ୍କ ଛାତିରେ ଗଳି ଯାଇଥିଲା ଓ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍‌ ଅଭିଯୁକ୍ତ ଶଙ୍କରାକୁ ଗିରଫ କରିଛି।



from Odisha Reporter https://ift.tt/3f0qH2B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages