ଆଉ ୧୪୬ ପଜିଟିଭ୍ ଚିହ୍ନଟ, ୩ ହଜାର ଅତିକ୍ରମ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 8, 2020

ଆଉ ୧୪୬ ପଜିଟିଭ୍ ଚିହ୍ନଟ, ୩ ହଜାର ଅତିକ୍ରମ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୪୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୪୦ ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୧୯୯୩ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୧୩୬ ଜଣ ଚିକିତ୍ସାଧୀନ ଅଛନ୍ତି। ୯ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୨ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିଲେ ସୁଦ୍ଧା କରୋନା ଏହାର କାରଣ ନୁହେଁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।


ନୂତନ ଭାବେ ଚିହ୍ନଟ ଏହି ୧୪୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ବାକି ୧୯ଟି ଲୋକାଲ୍ କେସ୍‌।

ଏହି ୧୪୬ ଆକ୍ରାନ୍ତଙ୍କ ମଧ୍ୟରେ ପଶ୍ଚିମବଙ୍ଗରୁ ‘ଅମ୍ଫାନ୍‌’ ଡ୍ୟୁଟି ସାରି ଫେରିଥିବା ଏନ୍‌ଡିଆର୍‌ଏଫ୍‌/ଓଡ୍ରାଫର ୬୧ ଜଣ କର୍ମଚାରୀ ଅଛନ୍ତି। ବାକିମାନେ ରାଜ୍ୟର ୧୭ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଜଗତସିଂହପୁରରୁ ୮ ଜଣ ଚିହ୍ନଟ ହୋଇଥିବା ବେଳେ କେନ୍ଦୁଝରରୁ ୨, କଟକରୁ ୨, ମାଲକାନଗିରିରୁ ୧, ଖୋର୍ଦ୍ଧାରୁ ୧୯, ନୟାଗଡ଼ରୁ ୩, ଯାଜପୁରରୁ ୧, ମୟୂରଭଞ୍ଜରୁ ୩, ଢେଙ୍କାନାଳରୁ ୧, କଳାହାଣ୍ଡିରୁ ୩, କନ୍ଧମାଳରୁ ୨, ଗଞ୍ଜାମରୁ ୧୮, ଦେବଗଡ଼ରୁ ୫, ବଲାଙ୍ଗିରରୁ ୧, ସୁନ୍ଦରଗଡ଼ରୁ ୭, କେନ୍ଦ୍ରାପଡ଼ାରୁ ୨ ଓ ବାଲେଶ୍ୱରରୁ ୭ ଜଣ ଚିହ୍ନଟ ହୋଇଛନ୍ତି।

ନୂଆ ପଜିଟିଭ୍ କେସ୍ ଆସିବା ପରେ ଜଗତସିଂହପୁର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭ (୫୭ ସୁସ୍ଥ, ୪୦ ଚିକିତ୍ସାଧୀନ)ରେ ପହଞ୍ଚିଥିବା ବେଳେ କେନ୍ଦୁଝରରେ ୪୫ (୨୨ ସୁସ୍ଥ, ୨୩ ଚିକିତ୍ସାଧୀନ), କଟକରେ ୧୮୯ (୯୩ ସୁସ୍ଥ, ୯୫ ଚିକିତ୍ସାଧୀନ, ଜଣେ ମୃତ), ମାଲକାନଗିରିରେ ୨୨ (୨୧ ସୁସ୍ଥ, ୧ ଚିକିତ୍ସାଧୀନ), ଖୋର୍ଦ୍ଧାରେ ୨୭୬ (୧୪୬ ସୁସ୍ଥ, ୧୨୫ ଚିକିତ୍ସାଧୀନ, ୪ ମୃତ, ଅନ୍ୟ ଜଣେ କରୋନା ଆକ୍ରାନ୍ତ ଅନ୍ୟ କାରଣରୁ ପ୍ରାଣ ହରାଇଛନ୍ତି), ନୟାଗଡ଼ରେ ୯୩ (୬୮ ସୁସ୍ଥ, ୨୫ ଚିକିତ୍ସାଧୀନ) ଓ ଯାଜପୁରରେ ୩୨୬ (୨୬୯ ସୁସ୍ଥ, ୫୭ ଚିକିତ୍ସାଧୀନ)ରେ ପହଞ୍ଚିଛି।

ସେହିପରି ମୟୂରଭଞ୍ଜ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୯ (୧୬ ସୁସ୍ଥ, ୬୩ ଚିକିତ୍ସାଧୀନ)ରେ ପହଞ୍ଚିଥିବା ବେଳେ ଢେଙ୍କାନାଳରେ ୩୯ (୧୬ ସୁସ୍ଥ, ୨୩ ଚିକିତ୍ସାଧୀନ), କଳାହାଣ୍ଡିରେ ୩୨ (୧୫ ସୁସ୍ଥ, ୧୭ ଚିକିତ୍ସାଧୀନ), କନ୍ଧମାଳରେ ୩୭ (୨୨ ସୁସ୍ଥ, ୧୫ ଚିକିତ୍ସାଧୀନ), ଗଞ୍ଜାମରେ ୬୪୯ (୪୧୯ ସୁସ୍ଥ, ୨୨୬ ଚିକିତ୍ସାଧୀନ, ୪ ମୃତ), ଦେବଗଡ଼ରେ ୩୮ (୩୨ ସୁସ୍ଥ, ୬ ଚିକିତ୍ସାଧୀନ), ବଲାଙ୍ଗିରରେ ୧୨୩ (୬୨ ସୁସ୍ଥ, ୬୧ ଚିକିତ୍ସାଧୀନ), ସୁନ୍ଦରଗଡ଼ରେ ୧୧୮ (୫୭ ସୁସ୍ଥ, ୪୦ ଚିକିତ୍ସାଧୀନ), କେନ୍ଦ୍ରାପଡ଼ାରେ ୧୬୯ (୧୫୩ ସୁସ୍ଥ, ୧୬ ଚିକିତ୍ସାଧୀନ) ଓ ବାଲେଶ୍ୱରରେ ୧୯୭ (୧୫୦ ସୁସ୍ଥ, ୪୬ ଚିକିତ୍ସାଧୀନ)ରେ ପହଞ୍ଚିଛି।

ଏନ୍‌ଡିଆର୍‌ଏଫ୍‌ ଓ ଓଡ୍ରାଫ୍‌ର ୬୧ ଜଣ ଯାକ କରୋନା ଆକ୍ରାନ୍ତ କର୍ମଚାରୀ ଚିକିତ୍ସାଧୀନ ଅଛନ୍ତି।



from Odisha Reporter https://ift.tt/2MIm9Ss

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages