ଭାରତରେ ଅଣାୟତ କରୋନା, ୨୪ ଘଣ୍ଟାରେ ରେକର୍ଡ ଛୁଇଁଲା ପଜିଟିଭ୍ ଓ ମୃତ୍ୟୁ ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 8, 2020

ଭାରତରେ ଅଣାୟତ କରୋନା, ୨୪ ଘଣ୍ଟାରେ ରେକର୍ଡ ଛୁଇଁଲା ପଜିଟିଭ୍ ଓ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ବର୍ତ୍ତମାନ ଅନଲକର ପ୍ରଥମ ପର୍ଯ୍ୟାୟ ଚାଲିଥିବା ବେଳେ କରୋନା ଭାଇରସର ମାମଲା ଲଗାତର ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଭାରତରେ ରେକର୍ଡ ସଂଖ୍ୟକ ପଜିଟିଭ୍ ଓ ମୃତ୍ୟୁବରଣ କରିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୬୬ହଜାରରେ ପହଞ୍ଚିଛି। ତେବେ ବଡ଼ କଥା ହେଉଛି ଗତ ୨୪ ଘଣ୍ଟାରେ ଭାରତରେ ୯୯୮୭ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି, ଯାହାକି ଏପର୍ଯ୍ୟନ୍ତ କୌଣସି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ମାମଲା।

ସେହିପରି ୨୪ ଘଣ୍ଟାରେ ଭାରତରେ ରେକର୍ଡ ୩୩୧ ଜଣ ମୃତ୍ୟୁବରଣ କରିଛନ୍ତି। ଏଥିସହ ଭାରତରେ ମୃତ୍ୟୁ ସଂଖ୍ୟା ୭୪୬୬ରେ ପହଞ୍ଚିଛି। ତେବେ ଆଶ୍ୱସ୍ତିକର କଥା ହେଉଛି, ଦେଶରେ କରୋନାରୁ ୧,୨୯,୨୧୫ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧,୨୯,୯୧୭ ଜଣ ସକ୍ରିୟ ଅଛନ୍ତି। ଭାରତରେ ରିକଭରୀ ଅର୍ଥାତ୍ ସୁସ୍ଥ ରେଟ୍ ୪୮.୪୬ ହୋଇଛି। ଅନଲକ୍-୧ର ପ୍ରଥମ ପର୍ଯ୍ୟାୟ ଜୁନ୍ ୮ ତାରିଖରୁ ଆରମ୍ଭ ହୋଇଛି। ଏହି ଆଧାରରେ ଧାର୍ମିକସ୍ଥଳୀ, ଶପିଂ ବଲ୍ ଏବଂ ରେଷ୍ଟୁରାଣ୍ଟକୁ ଖୋଲିବାକୁ ଅନୁମତି ମିଳିଛି।

ଭାରତରେ କରୋନା ମାମଲାରେ ସବୁଠାରୁ ଆଗରେ ରହିଛି ମହାରାଷ୍ଟ୍ର। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୮୮,୫୨୮ରେ ପହଞ୍ଚିଛି। ମହାରାଷ୍ଟ୍ରରେ ସର୍ବାଧିକ ୩୧୬୯ ଜଣ ପ୍ରାଣ ହରାଇଛନ୍ତି। ଏହା ପରେ ତାମିଲନାଡୁର ନମ୍ବର ଆସିବ। ସେଠାରେ ୩୩,୨୨୯ ଜଣ ଏହି ମହାମାରୀରେ ସଂକ୍ରମିତ ହୋଇଛନ୍ତି।

ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦ହଜାର ନିକଟତର ହୋଇଛି। ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୧୦୦୭ ନୂଆ ମାମଲା ସାମ୍ନାକୁ ଆସିଛି। ଏଥିସହଙ୍କ ଆକ୍ରାନ୍ତଙ୍କ ସଂଖ୍ୟା ୨୯,୯୪୩ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଦିଲ୍ଲରେ ୩୫୮ଜଣ ସୁସ୍ଥ ହୋଇଥିବା ବେଳେ ୧୭ ଜଣଙ୍କର ମୃତ୍ୟୁବରଣ କରିଛନ୍ତି। ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫୪୫ରେ ପହଞ୍ଚିଥିବା ବେଳେ ୧୨୮୦ଜଣ ମୃତ୍ୟୁବରଣ କରିଛନ୍ତି।



from Odisha Reporter https://ift.tt/2MGLg83

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages