ବାହାହେଲେ ଗାର୍ଗୀ ମହାନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 28, 2020

ବାହାହେଲେ ଗାର୍ଗୀ ମହାନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିବାହ କରିଛନ୍ତି ଓଲିଉଡ୍‌ ତଥା ଟେଲି ଅଭିନେତ୍ରୀ ଗାର୍ଗୀ ମହାନ୍ତି। ଗତକାଲି ପିଲାଦିନର ବନ୍ଧୁ ରବିନ୍ଦ୍ର ପାଢ଼ୀଙ୍କୁ ନିଜର ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି ଗାର୍ଗୀ। ଭୁବନେଶ୍ୱର ହୋଟେଲ ପାଲ୍‌ ହାଇଟ୍‌ରେ ଦୁହିଁଙ୍କର ବିବାହ ସମ୍ପନ୍ନ ହୋଇଛି। ଲକ୍‌ଡାଉନ୍‌ ପାଇଁ ଓଲିଉଡ୍‌ କିମ୍ବା ଟେଲି ଦୁନିଆର ବେଶି କାଳାକାର ଗାର୍ଗୀଙ୍କ ବିବାହରେ ସାମିଲ୍‌ ହୋଇପାରିନଥିଲେ କିନ୍ତୁ ଅନ୍ତରଙ୍ଗ ବନ୍ଧୁ ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଛି।

ଗାର୍ଗୀଙ୍କ ସ୍ୱାମୀ ଜୀ ସାର୍ଥକରେ ମାର୍କେଟିଂ ହେଡ୍‌ ଭାବେ କାର୍ଯ୍ୟ କରୁଥିବାବେଳେ ଅଭିନେତ୍ରୀ ଗାର୍ଗୀ ମଧ୍ୟ ‘ମଞ୍ଜରି’ ଟିଭିରେ କ୍ରିଏଟିଭ୍‌ ହେଡ୍‌ ଭାବେ କାର୍ଯ୍ୟରତ ଅଛନ୍ତି।
ସୂଚନା ଅନୁଯାୟୀ, ଗାର୍ଗୀ ୨୦୦୫ ରିଲିଜ୍‌ ହୋଇଥିବା ଫିଲ୍ମ ‘ଅର୍ଜୁନ’ ମାଧ୍ୟମରେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏଥିରେ ତାଙ୍କ ବିପକ୍ଷରେ ଥିଲେ ଅଭିନେତା ଅନୁଭବ ମହାନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ହର ପଟ୍ଟନାୟକ। ଏଥିସହ ଗାର୍ଗୀଙ୍କୁ  ଓଡିଆ ଚଳଚ୍ଚିତ୍ର ‘କ୍ରାନ୍ତିଧାରା’ ଏବଂ ‘ହେ ସଖା’ରେ ଦେଖିବାକୁ ମିଳିଛି। ଫିଲ୍ମ ସହ ଗାର୍ଗୀ କିଛି ମେଗା ଧାରାବାହିକରେ ଲିଡ୍‌ ରୋଲ୍‌ରେ ନଜର ଆସିଛନ୍ତି। ‘ରାନୀ’, ‘ଟୋପାଏ ସନ୍ଦୁର’, ‘ଗାଏତ୍ରୀ’, ‘ସ୍ପନ୍ଦନ’ ଆଦି କିଛି ଲୋକପ୍ରିୟ ଧାରାବାହିକରେ ସେ ଅଭିନୟ କରିଛନ୍ତି। ଏଥିସହ ଗାର୍ଗୀ କ୍ଷୁଦ୍ର ଚଳଚ୍ଚିତ୍ର ‘କୋକ୍‌ଲି’ରେ ମଧ୍ୟ ଅଭିନୟ କରିଛନ୍ତି।

 

 

The post ବାହାହେଲେ ଗାର୍ଗୀ ମହାନ୍ତି appeared first on Odisha Reporter.



from Odisha Reporter https://ift.tt/2ZmyJN7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages