କଟକ(ଓଡ଼ିଶା ରିପୋର୍ଟର): ଶଟ୍ଡାଉନ୍ କଟକଣା ଲାଗୁ ହୋଇଥିବା ଅଞ୍ଚଳରେ କୋର୍ଟ ବନ୍ଦ ରହିବ। ଏନେଇ ହାଇକୋର୍ଟ ପକ୍ଷରୁ ସମସ୍ତ ଜିଲ୍ଲା ଜଜ୍ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
କରୋନା ସଂକ୍ରମଣକୁ ନଜରରେ ରଖି ଯେଉଁ ଅଞ୍ଚଳକୁ ଶଟ୍ଡାଉନ୍ ଘୋଷଣା କରାଯାଇଥିବ, ସେହି ଅଞ୍ଚଳର ଜିଲ୍ଲା ଜଜ୍ମାନେ କୋର୍ଟ ବନ୍ଦ କରିପାରିବେ ବୋଲି ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ୬୬୧୪ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୬୦୬ ସୁସ୍ଥ ହୋଇସାରିଥିବା ବେଳେ ୧୯୮୦ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ୨୧ ଜଣଙ୍କ ମୃତ୍ୟୁ ଘଟିଛି।
The post ‘ଶଟ୍ଡାଉନ୍ ଅଞ୍ଚଳରେ ବନ୍ଦ ରହିବ କୋର୍ଟ ’ appeared first on Odisha Reporter.
from Odisha Reporter https://ift.tt/2YDW5P0
No comments:
Post a Comment