ପ୍ରକୃତି ନିଜ ସୁରକ୍ଷା ନିଜେ କରୁଛି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 6, 2020

ପ୍ରକୃତି ନିଜ ସୁରକ୍ଷା ନିଜେ କରୁଛି!

ମ୍ପ୍ରତି ଦେଶ ତଥା ବିଶ୍ୱ କରୋନା ରୂପକ ମହାମାରୀ କବଳରେ କବଳିତ ହେଉଛି। ଏହି ଅଦୃଶ୍ୟ ଶକ୍ତି ପ୍ରାୟ ସବୁ ଦେଶରେ ନିଜର ଉପସ୍ଥିତି ଜାହରି କରିବାରେ ଲାଗିଛି। ଏହି ରୋଗ ଧନୀ କି ଗରୀବ କୌଣସି ବାଛ ବିଚାର ନକରି ସମସ୍ତଙ୍କୁ ଗ୍ରାସ କରୁଛି। ବହୁ ବିକାଶଶୀଳ ଦେଶ ମଧ୍ୟ ଏହି ମହାମାରୀ କାବୁ କରିବାରେ ସଫଳ ହୋଇପାରି ନାହାନ୍ତି। ତେବେ ଏଥି ମଧ୍ୟରେ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। ଯାହା ପରିବେଶବିତ୍‍ ଓ ପ୍ରକୃତିପ୍ରେମୀଙ୍କ ପାଇଁ ଖୁସି ଆଣି ଦେଇଛି। ତାହା ହେଉଛି ‘ପ୍ରକୃତି ନିଜ ସୁରକ୍ଷା ନିଜେ କରୁଛି’। ପରିବେଶ ପ୍ରଦୂଷଣ ଧରା ପୃଷ୍ଠରେ ମୁଖ୍ୟ ସମସ୍ୟା ପାଲଟିଥିବାବେଳେ ଏହାର ମୁକାବିଲା ପାଇଁ ପ୍ରକୃତି ନିଜେ ଅଣ୍ଟା ଭିଡ଼ିଛି।
ଧରା ପୃଷ୍ଠରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢିବାଯୋଗୁଁ ସାରା ପୃଥିବୀ ଏଥିରେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ତେବେ ମା ପ୍ରକୃତି ନିଜ ସୁରକ୍ଷା ନିଜେ କରିବାରେ ଲାଗିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ କୌଣସି ଔଷଧ ଏଯାବତ୍‍ ବାହାରି ନଥିବାରୁ ସବୁ ଦେଶ ଲକ୍‍ଡାଉନ୍‍ ବା ତାଲାବନ୍ଦ ପନ୍ଥାକୁ ଆପଣାଇବାରେ ଲାଗିଛନ୍ତି। ତାଲାବନ୍ଦକୁ ଶତପ୍ରତିଶତ ସଫଳତା ମିଳି ନଥିଲେ ମଧ୍ୟ କେତୋକାଂଶରେ କରୋନା ରୋକିବାରେ ଏହା ସଞ୍ଜୀବନି ଭଳି କାମ କରିଛି। ତାଲାବନ୍ଦ ଯୋଗୁଁ ଅର୍ଥନୀତି ନିମ୍ନଗାମୀ ହେଉଥିବାବେଳେ ଲୋକ ବହୁ ଅସୁବିଧା ଭୋଗ କରୁଛନ୍ତି। ତେବେ ତାଲାବନ୍ଦରେ ପ୍ରକୃତି ପରିବେଶର ସୁରକ୍ଷା କରିବାରେ ଲାଗିପଡ଼ିଛି।
ତାଲାବନ୍ଦ ପରୋକ୍ଷରେ ବାୟୁ,ଶଦ୍ଦ ଓ ଜଳ ପ୍ରଦୂଷଣ ରୋକିବାରେ ସହାୟକ ହୋଇପାରିଛି। ତାଲାବନ୍ଦ ଯୋଗୁଁ ଗାଡିମଟର ଚଳାଚଳ କମିଥିବାବେଳେ ବହୁ କଳାକାରଖାନା ବନ୍ଦ ରହିଛି। ସର୍ବସାଧାରଣ ସ୍ଥାନ ଯେମିତିକ ପର୍ଯ୍ୟଟନ ସ୍ଥଳୀ, ସମୁଦ୍ର କୂଳ ଭଳି ବହୁ ସ୍ଥାନକୁ କଟକଣା ଥିବା ଯୋଗୁଁ ଲୋକ ଯାଉ ନାହାନ୍ତି। ପୂର୍ବଅପେକ୍ଷା ଜଳପଥରେ ଜଳ ଯାହାଜ ଓ ବୋର୍ଟ ଭଳି ଯାନ ଯାତାୟତ ମଧ୍ୟ କମିଛି।
କଟକଣା ଯୋଗୁଁ ଜନଗହିଳି ନଥିବାରୁ ପରିବେଶ ପ୍ରଦୂଷଣ କମିଥିବାବେଳେ ସମୁଦ୍ର, ପୁଷ୍କରଣ, ନଦୀ ଭଳ ଜଳାଶୟ ପରିଷ୍କାର ହୋଇପାରିଛି। ପୂର୍ବରୁ ଏହି ସ୍ଥାନ ଗୁଡ଼ିକରେ ସବୁବେଳେ ଲୋକଙ୍କ ଭିଡ଼ ଯୋଗୁଁ ଆବର୍ଜନାରେ ପରିପୂର୍ଣ୍ଣ ହୋଇରହୁଥିଲା। ଜଳଯାହାଜ ଚାଲିବା ଓ ସମୁଦ୍ର ତଟରେ ଲୋକଙ୍କ ବିଚରଣ ଯୋଗୁଁ ପ୍ରଦୂଷଣ ହେବା ଦ୍ୱାରା ଜଳଜୀବ ବହୁ ଅସୁବିଧା ଭୋଗ କରୁଥିଲେ। ଏବେ ଏସବୁ ପ୍ରାୟ ବନ୍ଦ ଥିବାରୁ ସମୁଦ୍ର କୂଳରେ କଇଁଚ ବିନା ଡ଼ରରେ ବିଚରଣ କରୁଥିବାବେଳେ ଅଣ୍ଡା ଦେଇ ବଂଶ ବିସ୍ତାର କରିପାରୁଛି। କଙ୍କଡା,ଶଙ୍ଖ ଭଳି ଅନ୍ୟ ସାମୁଦ୍ରିକ ଜୀବ ମଧ୍ୟ ଅବାଧରେ ବିଚରଣ କରିପାରୁଛନ୍ତି। ଗଙ୍ଗା ନଦୀର ପାଣି ଦୂଷିତ ହୋଇ ରହୁଥିବାବେଳେ ସରକାର ସଫା କରିବା ପାଇଁ ବହୁ ଅର୍ଥ ଖର୍ଚ୍ଚ କରୁଥିଲେ। ହେଲେ ଏବେ ଏହା ସ୍ୱଚ୍ଛ ହେବା ସହ ଦେଖିବାକୁ ମଧ୍ୟ ସୁନ୍ଦର ଲାଗୁଛି।
ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ରୋକିବା ପାଇଁ ସରକାର ବହୁ ପ୍ରୟାସ କରି ମଧ୍ୟ ବିଫଳ ହୋଇଥିଲେ। ଏମିତିକି ବାୟୁ ଅତ୍ୟାଧିକ ପ୍ରଦୂଷିତ ହେବାରୁ ଯୁଗ୍ମଅଯୁଗ୍ମ(ଅଡ୍‍ ଇଭେନ୍‍) ନିୟମ ଗାଡ଼ି ଚଳାଇବା ପାଇଁ ପ୍ରଚଳନ କରିଥିଲେ। ହେଲେ ବିବିଧ ପଦକ୍ଷେପ ନେଇଥିଲେ ମଧ୍ୟ ବାୟୁ ମଣ୍ଡଳର ପ୍ରଦୂଷଣ ମାତ୍ରା ବା ଏୟାର କ୍ୱାଲିଟ୍‍ ଇଣ୍ଡେକ୍ସ(ଏକ୍ୟୁଆର) କମାଇବାରେ ଶତପ୍ରତିଶତ ସଫଳ ହୋଇପାରି ନଥିଲେ। ତେବେ ଏବେ କେବଳ ଦିଲ୍ଲୀ ନୁହେଁ ସମଗ୍ର ଦେଶର ଚିତ୍ର ବଦଳିବାରେ ଲାଗିଛି। ଦିଲ୍ଲୀର ବାୟୁ ମଣ୍ଡଳର ପ୍ରଦୂଷଣ ମାତ୍ରା କମିଥିବାବେଳେ ବାୟୁ ମଣ୍ଡଳ ସ୍ୱଚ୍ଛ ହେବାରେ ଲାଗିଛି।
ଦେଶର ବିଭିନ୍ନ ସ୍ଥାନରେ ଏକ୍ୟୁଆର ୫୦ରୁ ମଧ୍ୟ କମିଥିବା ଦେଖିବାକୁ ମିଳିଛି। ଏହାର ଜ୍ୱଳନ୍ତ ଉଦାହାରଣ ଦେଖିବାକୁ ମିଳିଛି ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶରେ। ଉତ୍ତରପ୍ରଦେଶର ସାହାରଣପୁରରୁ ପ୍ରାୟ ଦୁଇ ଶହ କିମି ଦୂରରେ ଥିବା ହିମାଳୟ ଅନ୍ତର୍ଗତ ବରଫାଚ୍ଛାଦିତ ଗଙ୍ଗୋତ୍ରୀ ଶୃଙ୍ଗର ଶିଖର ଦୃଶ୍ୟ ଖାଲି ଆଖିରେ ନିର୍ମଳ ଆକାଶ ସହ ଦେଖି ହେଉଛି। ସେଠିକାର ବୟସ୍କ ତଥା ଅଭିଜ୍ଞାତା ସମ୍ପର୍ଣ୍ଣ ଅଧିବାସୀଙ୍କ ମତରେ ଏହା ବିରଳ ଦୃଶ୍ୟ। ପ୍ରାୟ ୩୦ ବର୍ଷ ପରେ ପରିବେଶ ପ୍ରଦୂ ଷଣ କମିବା ଯୋଗୁଁ ଏହା ଦେଖାଯାଇଥିବା ସେମାନେ ମତପୋଷଣ କରିଛନ୍ତି। ନଜ ଘରର ଛାତ ଉପରେ ଏହି ବରିଳ ଦୃଶ୍ୟକୁ ସେଠିକାର ଲୋକ ଦେଖି ନିଜ ଆଖିକୁ ମଧ୍ୟ ବିଶ୍ୱାସ କରିପାରିନାହାନ୍ତି। ଏହା ସେମାନଙ୍କୁ ସ୍ୱପ୍ନ ପରି ଲାଗୁଥିଲେ ମଧ୍ୟ ଏହା ପ୍ରକୃତି ଯୋଗୁଁ ସମ୍ଭବ ହୋଇପାରିଛି। ଏହି ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡ଼ିଆ ବା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ପୂର୍ବରୁ ଏହି ଅଞ୍ଚଳରେ ଏକ୍ୟୁଆର ୩ଶହରୁ ଅଧିକ ରହୁଥିବାରୁ ଏହା ଦେଖି ହେଉ ନଥିଲା। ସେହିପରି ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ବାୟୁମଣ୍ଡଳ ସ୍ୱଚ୍ଛ ହେବାରେ ଲାଗିଛି। ଭୁବନେଶ୍ୱର, ବ୍ରହ୍ମପୁର ଭଳି ସହରରେ ପୂର୍ବାଅପେକ୍ଷା ପ୍ରାୟ ୬୦ ଭାଗ ବାୟୁମଣ୍ଡଳ ସ୍ୱଚ୍ଛ ହୋଇପାରିଛି।
ଗ୍ରାମଠାରୁ ସହର ଯାଏଁ ଗାଡ଼ି ମଟର ନିୟମିତ ଯାତାୟତ ଯୋଗୁଁ ଶଦ୍ଦ ପ୍ରଦୂଷଣ ଓ ବାୟୁ ପ୍ରଦୂଷଣ ବଢୁଥିଲା। ଏବେ କଟକଣା ଥିବାରୁ ଯାନବାହାନ ଚଳାଚଳ କମିଥିବାରୁ ଶଦ୍ଦ ପ୍ରଦୂଷଣ ସହ ବାୟୁ ପ୍ରଦୂଷଣ ମଧ୍ୟ କମ୍‍ ହୋଇପାରିଛି। ଦିଲ୍ଲୀଠାରୁ ପଲ୍ଲୀ ଯାଏ ସର୍ବଦା ବ୍ୟସ୍ତ ରହୁଥିବା ପରିବେଶ ଏବେ ଶାନ୍ତ ହୋଇପଡ଼ିଛି। ବିବାହ,ବତ୍ର ଓ ବିଭିନ୍ନ ଧାର୍ମିକ କାର୍ଯକ୍ରମ ବନ୍ଦ ଥିବାରୁ ଆତସବାଜି ବ୍ୟବହାର ମଧ୍ୟ କମିଛି। ଏହାଦ୍ୱାରା ଶଦ୍ଦ ପ୍ରଦୂଷଣ ବହୁଳ ଭାବେ କମିଯାଇଛି।
ଏସବୁ ଭିତରେ ଗୋଟିଏ କଥା ଲୁଚି ରହିଥିବାବେ ଦେଖିବାକୁ ମିଳୁଛି। ତାହା ହେଉଛି କେତେବେଳେ କାହା ପାଇଁ ଅଟକୁ ନଥିବା ଏହି ସ୍ୱାର୍ଥପର ମଣିଷ କବଳରୁ ଧରାପୃଷ୍ଠକୁ ସୁରକ୍ଷିତ ରଖିବା ଓ ପରିବେଶ ପ୍ରଦୂଷଣ ରୋକିବାକୁ ଯେଭଳି ପ୍ରକୃତି ନିଜେ ଏକାଗ୍ରତା ସହକାରେ ଲାଗିପଡ଼ିଛି। କରୋନା ରୂପକ ମହାମାରୀରେ ବିଶ୍ୱ ଅସ୍ତବ୍ୟସ୍ତ ହେଉଥିଲେ ମଧ୍ୟ ପ୍ରକୃତି ପରିବେଶର ସୁରକ୍ଷା କରିପାରିଛି।

ସନ୍ଦୀପ୍ ଚୌଧୁରୀ,
କଟକ ସିଟି କେଲଜ ପୁରାତନ ଛାତ୍ର ସଂଘ,
କାର୍ଯ୍ୟକାରୀ ସଭାପତି ତଥା ପ୍ରାକ୍ତନ ଛାତ୍ର ରେଭେନ୍ସା ବିଶ୍ୱବିଦ୍ୟାଳୟ
ମେଲ୍‍-sandeepchoudhury34@gmail.com



from Odisha Reporter https://ift.tt/3cG9p9t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages