ରାଉରକେଲା ସରକାରୀ ହସ୍‌ପିଟାଲ୍‌ର ୨ ଡାକ୍ତରଙ୍କୁ କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 6, 2020

ରାଉରକେଲା ସରକାରୀ ହସ୍‌ପିଟାଲ୍‌ର ୨ ଡାକ୍ତରଙ୍କୁ କରୋନା

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଜ୍ୟରେ ଆଉ ୭୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ୧୮ ଜଣ ଅଛନ୍ତି। ଏହି ୧୮ ଜଣଙ୍କ ସଂପର୍କରେ ସୁନ୍ଦରଗଡ଼ ଜିଲ୍ଲାପାଳ ତଥ୍ୟ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ଡାକ୍ତର ଅଛନ୍ତି। ସେମାନେ ରାଉରକେଲା ସରକାରୀ ହସ୍‌ପିଟାଲ୍‌ର। ସେମାନେ ପ୍ରଥମେ କୋଭିଡ୍‌ ହସ୍‌ପିଟାଲ୍‌ ଡ୍ୟୁଟିରେ ଥିଲେ। ପରେ ସେମାନଙ୍କୁ ମେଡିକାଲ୍‌ ଡ୍ୟୁଟିରେ ବି ନିୟୋଜିତ ହୋଇଥିଲେ। ରିପୋର୍ଟ ପିଜିଟିଭ୍ ଆସିବା ପରେ ଏହି ଦୁଇ ଡାକ୍ତରଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ସେହିପରି ରାଉରକେଲା ସରକାରୀ ହସ୍‌ପିଟାଲ୍‌କୁ ସଂପୂର୍ଣ୍ଣ ଭାବେ ସାନିଟାଇଜ୍ କରାଯାଇଛି। ଏହା ସହିତ ଡାକ୍ତରଖାନାର ଅନ୍ୟ ଡାକ୍ତର ଓ କର୍ମଚାରୀଙ୍କ ସ୍ୱାବ୍ ଟେଷ୍ଟ୍ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।


୧୮ ଆକ୍ରାନ୍ତଙ୍କ ମଧ୍ୟରେ ୧୫ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। ସେମାନଙ୍କ ମଧ୍ୟରେ ରାଉରକେଲା ସ୍ପେଶାଲ ଜେଲ୍ କ୍ୱାରେଣ୍ଟାଇନ୍ କେନ୍ଦ୍ରର ୬ ଅନ୍ତେବାସୀ ଅଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୭୧୬ ସୁସ୍ଥ ହୋଇସାରିଥିବା ବେଳେ୧୧୨୯ ଜଣ ଚିକିତ୍ସାଧୀନ ଅଛନ୍ତି। ୯ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ୨ କରୋନା ଆକ୍ରାନ୍ତ ଅନ୍ୟାନ୍ୟ କାରଣରୁ ପ୍ରାଣ ହରାଇଛନ୍ତି।



from Odisha Reporter https://ift.tt/2UhIqus

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages