ହାଇଦ୍ରାବାଦ: ତେଲେଙ୍ଗାନାର ଗୃହମନ୍ତ୍ରୀ ମହମ୍ମଦ ମହମୂଦ ଅଲୀଙ୍କୁ କରୋନା ହୋଇଛି। ହାଇଦ୍ରାବାଦର ଏକ ଘରୋଇ ହସ୍ପପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ତାଙ୍କର ଜଣେ ସୁରକ୍ଷାକର୍ମୀଙ୍କ ଠାରୁ ତାଙ୍କୁ କରୋନା ଡେଇଁଥିବା କୁହାଯାଉଛି।
କରୋନାର ସମସ୍ତ ଲକ୍ଷଣ ଦେଖାଯିବାରୁ ତାଙ୍କୁ ରବିବାର ରାତିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜ୍ୱର, ଥଣ୍ଡା, କାଶ ସହିତ ନିଶ୍ୱାସପ୍ରଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରିଥିଲେ। ଏହା ପୂର୍ବରୁ ବେଶ୍ କିଛି ଦିନ ହେବ ତାଙ୍କୁ ଥଣ୍ଡା ହୋଇଥିଲା ଓ ସେହି ସମୟରେ ସେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ।
ମିଳିଥିବା ରିପୋର୍ଟ ଅନୁଯାୟୀ, କରୋନା ଲକ୍ଷଣ ଦେଖାଯିବା ସତ୍ତ୍ୱେ ସେ କ୍ୱାରେଣ୍ଟାଇନ୍ରେ ନ ରହି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ସୂଚନାଯୋଗ୍ୟ, ଏହାପୂର୍ବରୁ ତେଲେଙ୍ଗାନାର ତିନି ଜଣ ବିଧାୟକ କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଥିଲେ। ସେହିଭଳି କିଛି ଦିନ ହେବ ତେଲେଙ୍ଗାନାରେ ଦୈନିକ ପ୍ରାୟ ୮୦୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି।
The post ମନ୍ତ୍ରୀଙ୍କୁ କରୋନା appeared first on Odisha Reporter.
from Odisha Reporter https://ift.tt/2Vqi223
No comments:
Post a Comment